csstore

ଜନକପୁର ସଭାଗୃହ ଉଦ୍‌ଘାଟନ ଓ ଫୁଟବଲ ମ୍ୟାଚରେ ଯୋଗ ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ବିଡିଘାଟ ପଂଚାୟତର ଜନକପୁରଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ସଭାଗୃହ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ ହୋଇଯାଇଅଛି । ବିଧାୟକ ଦ୍ୱାରା ପ୍ରଦତ୍ତ ପାଣ୍ଠିରେ ନିର୍ମିତ ସଭାଗୃହରେ ଜନକପୁରର ଅନେକ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମମାନ ହୋଇପାରିବ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ପ୍ରକାର ସମସ୍ୟା ବାବଦରେ ବିଧାୟକ ଶ୍ରୀ ମିଶ୍ର ବିଧାୟକଙ୍କଠାରୁ ପଚାରି ବୁଝିଥିଲେ । ଗାଁର ମହିଳାମାନେ ଆଉ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଦାବୀ କରିବା ସହିତ କର୍ଲାପିଟା ଜନକପୁର ରାସ୍ତାର ଉନ୍ନତିକରଣ କଥା କହିଥିଲେ । ବିଧାୟକ ଶ୍ରୀ ମିଶ୍ର ଏ ଦିଗରେ ପଦକ୍ଷେପ ନିଆଯିବା ସହ ଗାଁରେ ଥିବା ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ଏବଂ ଜନକପୁରର ଥିବା ୬୦ବର୍ଷରୁ ଉଦ୍ଧ୍ୱର୍ ମହିଳା ପୁରୁଷଙ୍କ ପାଇଁ ଭତ୍ତା, ବିକଳାଙ୍ଗ ଭତ୍ତା, ବିଧବା ଭତ୍ତା ଏ ସବୁ ଯେମିତି ଯୋଗ୍ୟ ହିତାଧିକାରୀମାନେ ପାଇ ପାରିବେ ତା’ର ଏକ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ । ପରେ ଜନକପୁରରେ ଅନୁଷ୍ଠିତ ପ୍ରଥମ ପଙ୍କଜିନି ମେମୋରିଆଲ ତିନି ଦିନିଆ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଯୋଗଦେଇ ଫାଇନାଲରେ ଜିଣିଥିବା ବଲାଙ୍ଗିର ଲର୍କିପାଲି ଫୁଟବଲ ଦଳ ଏବଂ ରନର୍ସଅଫ୍‌ ହୋଇଥିବା ଲୋଇସିଂହାର କୁଟ୍ରାପାଲି ଫୁଟବଲ ଦଳକୁ ଟ୍ରଫି ଓ ନଗଦ ରାଶି ଦେଇ ପୁରସ୍କୃତ କରିଥିଲେ । ପୁରସ୍କାର ବିତରଣ ସଭାରେ ଶ୍ରୀ ମିଶ୍ର ଉଭୟ ଦଳକୁ ଶାନ୍ତି ଶୃଙ୍ଖଳା ସହ ଖେଳ ପ୍ରଦର୍ଶନ କରିଥିବାରୁ ପ୍ରଶଂସା କରିଥିଲେ ଏବଂ ସେ କହିଥିଲେ ଏ ଅଂଚଳର ଜଣାଶୁଣା ଟାଣୁଆ କୃଷିନେତା ସ୍ୱର୍ଗତ ସୁଧିର ପରିଚ୍ଛା ସବୁବେଳେ ଚାହୁଁଥିଲେ ଏହି ଖେଳ ପଡିଆକୁ ଏକ ଷ୍ଟାଡିୟମର ରୂପ ଦେବା ପାଇଁ ତେଣୁ ଏହି ଫୁଟବଲ ପଡିଆକୁ ଏକ ଷ୍ଟାଡିୟମରେ ରୁପାନ୍ତରିତ କରିବା ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ମିଶ୍ର ଘୋଷଣା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଚାଷୀନେତା ସୌମେନ୍ଦ୍ର ପରିଚ୍ଛା, ସରପଞ୍ଚ ମୁରଲିଧର ବାରଲେଣ୍ଡିଆ, ସଭାପତି ଶ୍ରୀୟାକାନ୍ତ ନାୟକ, ଉପସଭାପତି ଦିଲିପ ବିଶ୍ୱାଲ, ସଂପାଦକ କୃଷ୍ଣ ବେହେରା, ସହସଂପାଦକ ଉପେନ ବିଶି ଉପସ୍ଥିତ ଥିବା ବେଳେ ଖେଳ ପରିଚାଳନା କରିଥିଲେ କୁଞ୍ଜବିହାରୀ ବେହେରା, ମନୋଜ କୁମାର ବେହେରା, ସଚ୍ଚିଦାନନ୍ଦ ସୁନା ଏବଂ ଲିଙ୍ଗରାଜ ରାଉତ ।

jayashree
Leave A Reply

Your email address will not be published.