csstore

ଲଳିତ ନାୟକ ସ୍ମୃତି କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ସ୍ମୃତି ରକ୍ଷା ପାଇଁ ସହରର ଭାଗୀରଥି ଛକ କିମ୍ବା ପାଟଣା ହୋଟେଲ ଛକ କିମ୍ବା ବିବିଏମ୍‌ସିଏଚ୍‌ ଭିତରେ ଏକ ପୂର୍ଣ୍ଣାୟବୟ ପ୍ରତିମୂର୍ତ୍ତି ଲଗାଇବା ପାଇଁ ଲଳିତ ନାୟକ ସ୍ମୃତି କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଜିଲ୍ଲାର ସାମାଜିକ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ତଥା ମାନ୍ୟଗନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀମାନେ ସ୍ୱାକ୍ଷର କରିଛନ୍ତି । ସାକ୍ଷାତ ସମୟରେ ଜିଲ୍ଲାପାଳ ନିଜେ ଲଳିତ ନାୟକଙ୍କ ସମାଜସେବା କ୍ଷେତ୍ରରେ ଥିବା ଅବଦାନକୁ ସ୍ୱିକାର କରିଥିଲେ ତଥା ବର୍ତ୍ତମାନ ସମୟରେ ଲଳିତ ନାୟକଙ୍କ ଆବର୍ତ୍ତମାନରେ କି କି କାର୍ଯ୍ୟ କରାଯାଇଛି ପଚାରି ବୁଝିଥିଲେ । ଆଗାମୀ ଦିନରେ ଲଳିତ ନାୟକଙ୍କ ସ୍ମୃତି ରକ୍ଷା କରି ସମାଜସେବାକୁ ଆଗେଇ ନେବା ପାଇଁ ସ୍ମୃତି କମିଟିକୁ ପରାମର୍ଶ ଦେଇଥିଲେ । ସହରରେ ଯେ କୌଣସି ସ୍ଥାନରେ ପ୍ରତିମୂର୍ତ୍ତି ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସାକ୍ଷାତ ଆଲୋଚନା ସମୟରେ ସ୍ମୃତି କମିଟି ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ, ସଂପାଦକ ପ୍ରଭାକର ମିଶ୍ର, ଅର୍ଥ ସଂପାଦକ ରତନ ମହାରଣା, ସଦସ୍ୟ ପ୍ରତାପ ଚନ୍ଦ୍ର ରଥ, ସୁନିଳ ଚନ୍ଦ୍ର ବିଶ୍ୱାଳ ଓ ବିବେକାନନ୍ଦ ପଟେଲ ତଥା ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘର ଅଧ୍ୟକ୍ଷ ଦିପକ କୁମାର ନାୟକ (ବବଲୁ) ଉପସ୍ଥିତ ଥିଲେ । ଜିଲ୍ଲାର ସବୁ ବର୍ଗର ଲୋକଙ୍କ ସହାୟତା ନେଇ ପ୍ରତିମୂର୍ତ୍ତି ନିର୍ମାଣ ତଥା ସ୍ଥାପନ କରିବା ପାଇଁ ସ୍ମୃତି କମିଟି ତରଫରୁ ନିବେଦନ କରାଯାଇଛି, କାରଣ ଲଳିତ ନାୟକ ଥିଲେ ଗୋଟିଏ ହୃଦୟର ଗୋଟିଏ ନାୟକ ଓ ଶ୍ରମିକମାନଙ୍କର ତ୍ରାଣକର୍ତ୍ତା ।

jayashree
Leave A Reply

Your email address will not be published.