ଅଜଣା ରୋଗରେ ବାପ ଛେଉଣ୍ଡ ନିରୀହା ଟିକେଶ୍ୱରୀ : ସହାୟତାର ହାତ ବଢାଇଲା ଯୁବ ଯାଦବ ମହାସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ବରକାନୀ ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ଏବେ ଏକ ଅଜଣା ରୋଗର ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅସହାୟ ଅବସ୍ଥାରେ ଥିବା ଖବର ଜାଣି ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭାର ଏକ ପ୍ରତିନିଧି ଦଳ ଟିକେଶ୍ୱରୀଙ୍କୁ ସହାୟତାର ହାତ ବଢାଇଛନ୍ତି । ସୂଚନା ଅନୁସାରେ, ବରକାନୀ ଗାଁର ସାମନ୍ତ ଖର୍ସେଲଙ୍କ ଝିଅ ଟିକେଶ୍ୱରୀ ଖେର୍ସଲ(୧୯) ଏକ ଅଜଣା ରୋଗରେ ପୀଡ଼ିତ ଥିବା ଜଣାପଡିଛି । ଦୁଇ ବର୍ଷରୁ ଅଧିକ ହେବ କୌଣସି ଏକ ରୋଗରେ ପଡି ରହିଛି ଏହି ଝିଅ । ତାକୁ କେହି ଆହା କରିବାକୁ କେହି ନାହାନ୍ତି । ଚିକିତ୍ସା କରିବା ପାଇଁ ନା ପଇସା ଅଛି ନା ଖାଇବାକୁ ଅଛି । ପରିବାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାପା ସାମନ୍ତ ଖର୍ସେଲ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ସେ ମଧ୍ୟ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ହେଲା ଟଙ୍କା ନ ଥିବାରୁ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ନହୋଇ ଗତ ୧୯.୦୯.୨୦୨୦ ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାରର ମୁଖ୍ୟଙ୍କ ମୃତ୍ୟୁ ହେବା ପରେ ବର୍ତ୍ତମାନ ପରିବାର ଲୋକେ ବେସାହାରା ହୋଇଯାଇଛନ୍ତି । ମାଆ ରାମବତୀ ଖର୍ସେଲ ସେ ମାନସିକ ରୋଗୀ ଭାବେ ଥିବାବେଳେ ପାଖରେ କେହି ନଥିବାରୁ ପରିବାର ଲୋକେ ଚିନ୍ତାରେ ପଡିଯାଇଛନ୍ତି । ଆଜି ଯୁବ ଯାଦବ ମହାସଭାର ପ୍ରତିନିଧିତ୍ୱରେ ସଭାପତି ଘନଶ୍ୟାମ ମନହୀରା, ଜୟଦେବ ସଗରିଆ, ସାମ୍ବାଦିକ ହୁଲେଶ୍ୱର ହଂସ, ମନୋହର ପାୟାସିଂ, ଧନସିଂ ନାଗ, ହରେଶ ବଗର୍ତ୍ତୀ, ବଂଶୀଧର ହଂସ, ନିରକାର କେତକୀ, ମୁରଲି ବାଗ ପ୍ରମୁଖ ପହଂଚି ଟିକେଶ୍ୱରୀଙ୍କୁ ୨ ହଜାର ଟଙ୍କା ସହ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଟିକେଶ୍ୱରୀର ଯେ କୌଣସି ସମମ୍ୟା ହେଲେ ସମାଜ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଆଗାମୀ ଦିନରେ ଟିକେଶ୍ୱରୀ ଓ ତାଙ୍କ ମାଆକୁ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟସେବା ସହାୟତା ଓ ସରକାରୀ ଯୋଜନାରେ ସାମିଲ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଯୁବ ଯାଦବ ମହାସଭାର ଉକ୍ତ ପ୍ରତିନିଧି ଦଳ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.