pakka

କୋଭିଡ଼ କଟକଣା ମଧ୍ୟରେ ଜରାସିଂହା ପାଟଖଣ୍ଡା ଯାତ୍ରା : ଆଜି ନିଶିଗୁଡ଼ି ପୂଜା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରତିବର୍ଷ ପାଟଖଣ୍ଡା ଯାତ୍ରାକୁ କେବଳ ବଲାଙ୍ଗିର ଜିଲ୍ଲାର ନୁହେଁ ଏହା ସହ କଲାହାଣ୍ଡି ବୌଦ୍ଧ, ସୋନପୁର ଓ ବରଗଡ଼ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମାଁକୁ ହାରି ଗୁହାରି ଜଣାଇବା ପାଇଁ ଆସିଥାନ୍ତି ଶ୍ରଦ୍ଧାଳୁମାନେ । ପାଟଖଣ୍ଡା ଯାତ୍ରାକଳାକୁ ଯାଇଥିବା ଚାରିପଟ ରାସ୍ତା ଜନ ସମୁଦ୍ର ହୋଇଥାଏ । ହେଲେ ଗତ ବର୍ଷ କୋଭିଡ କଟକଣା ଯୋଗୁଁ କେବଳ ରୀତିନୀତରେ ହୋଇଥିଲା ପାଟଖଣ୍ଡା ଯାତ୍ରା । ଯାତ୍ରା ସ୍ଥଳରେ ଶ୍ରଦ୍ଦାଳୁ ନୁହେଁ କେବଳ ଅଧିକାରୀ ଓ ପୁଲିସ କର୍ମୀଙ୍କ ଭିଡ଼ ଦେଖାଯାଇଥିଲା । ହେଲେ ଚଳିତ ବର୍ଷ ବର୍ଷ କୋଭିଡ଼ କଟକଣା ଥିଲେ ମଧ୍ୟ ପ୍ରଶାସନିକ ସହଯୋଗ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳା ଯୋଗୁଁ ସୁରୁଖୁରୁରେ ଯାତ୍ରା ଆରମ୍ଭ ହୋଇଛି । ଚିରା ଚରିତ ପ୍ରଥା ଅନୁସାରେ ଗତ ୧୫ତାରିଖ ଶୁକ୍ରବାର ଦିନ ପ୍ରାୟ ୪ଟା ସମୟରେ ଦେଝାରୁ ବାହାରି ପାଟଖଣ୍ଡ। । ଦେବୀ ଉଚ୍ଚବାହାଲିକୁ ଆସିଥିଲେ । ଦେଝାରରୁ ବାହାରିବା ପରେ ପ୍ରଥମେ ପାରଂପାରିକ ନୀତି ଅନୁସାରେ ୧୨ଘରିଆ ୩ଜଣ ବାଦ୍ୟକାର ଯଥା ଢ଼ୋଲିଆ, ନିଶାନିଆଁ, ମୁହୁରିଆ ଆର୍ଶିବାଦ ଦେବା ପରେ ଜରାସିଂହା ଜମିଦାର ଦୁର୍ଗାପ୍ରସାଦ ସିଂଙ୍କ ଠାରୁ ମାଲା ଗ୍ରହଣ କରି ଆର୍ଶିବାଦ ଦେବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ସୋନଗଡ଼ ନଦୀରେ ଢ଼ୋଲ ଉପରେ ବସି ଉଜବାହାଲି ଖଲାକୁ ପ୍ରବେଶ କରିଥିଲା । ଏହି ଯାତ୍ରାରେ କେବଳ ବଲାଙ୍ଗିର ଜିଳ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାବେଶ ହେଉଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ଼ କଟକଣା ଲାଗି ରହିଥିବାରୁ ଯାତ୍ରା ପଡ଼ିଆ ମେଲା ରହିଥିବା ବେଳେ ଅଳ୍ପ ଭକ୍ତ ଯାଇ ମାଁଙ୍କ ଦର୍ଶନ କରିଥିଲେ । ଶନିବାର ଉଚ୍ଚବାହାଲି ମହାଖଳା ଯାତ୍ରା ପରେ ରାତିରେ ଲିଙ୍ଗାବରଣ ପର୍ବ ଅନୁଷ୍ଠିତ ହୋଇଥିଲା । ରବିବାର ନିଶିପୂଜା ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ଜଣାପଡ଼ିଛି । ରବିବାର ଦିନ ପ୍ରାତଃ ୭ଟା ସମୟରେ ବଉରାପିଟା ଖଲାରେ ମାନସିକ ରୋଗୀଙ୍କୁ ଆର୍ଶିବାଦ ଦେବା ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିଲା । ତା’ପରେ ବିରୁପାଣି ଓ ଜେନା ପୂଜା ଓ ରାତିରେ ନିଶିଗୁଡ଼ିରେ ଯାତ୍ରା ପରେ ସୋମବାର ଦିନ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ବିଏନ୍‌ଏଏ ଓ ଜରାସିଂହା ଗ୍ରାମ୍ୟ ଉନ୍ନୟନ କମିଟି ଦ୍ୱାରା ପାଟଖଣ୍ଡା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଶାନ୍ତ ଶୃଙ୍ଖଳା ପାଇଁ ମାଜିଷ୍ଟ୍ରେଟ ଭାବେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଲ, ଦେଓଗାଁ ଥାନା ଅଧିକାରୀ ବାମଦେବ ଶଙ୍ଖୁଆଳ ଗୋଟିଏ ପ୍ଲାଟୁନ ପୋଲିସ ଫୋସଅ ସହ ସ୍ଥିତି ଅନୁଧ୍ୟାନ କରିଥିଲେ ।

jay balangir
Leave A Reply

Your email address will not be published.

one × 5 =

error: Content is protected !!