oom

ମୁଖ୍ୟମନ୍ତ୍ରୀଙ୍କ ୭୫ ତମ ଜନ୍ମ ଦିବସରେ ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ : ୨୧ୟୁନିଟ ରକ୍ତ ସଂଗ୍ରହ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ମୁଖ୍ୟମନ୍ତ୍ରୀଙ୍କ ୭୫ ତମ ଜନ୍ମ ଦିବସ । ଏହି ଅବସରରେ ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରିସାରିଥିବା ବେଳେ ଏଭଳି ଘଡି ସନ୍ଧି ମୂହୁର୍ତ୍ତରେ ରକ୍ତଭଣ୍ଡାର ମାନଙ୍କରେ ରକ୍ତର ଘୋର ଅଭାବ ଦେଖାଦେଉଛି । ଯାହା ଫଳରେ ଗୁରୁତର ରୋଗୀ ରକ୍ତ ନ ପାଇ ହଇରାଣ ହେଉଛନ୍ତି । ତେବେ ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀମାନେ ଯୋଗ ଦେଇ ୨୧ୟୁନିଟ ରକ୍ତ ସଂଗ୍ରହ କରିଥିବା ବେଳେ ପ୍ରତିବର୍ଷ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥାଏ ବୋଲି ପାଟଣାଗଡ ବିଧାୟକ ସରୋଜ ମେହେର କହିଛନ୍ତି ।

jittmm
Leave A Reply

Your email address will not be published.