pakka

ଟେମରୀ ପଞ୍ଚାୟତ ସ୍ତରୀୟ ଭାରତୀୟ ଜନତା ପାର୍ଟିର ପ୍ରସ୍ତୁତି ବୈଠକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତର ସୋଢା ଗ୍ରାମରେ ଭାରତୀୟ ଜନତା ପାର୍ଟିର ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ ପଞ୍ଚାୟତ ସଭାପତି ମହେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜ ଦଳର ପ୍ରାର୍ଥୀ କିପରି ବିଜୟ ହାସଲ କରିବେ ତା’ର ଯୋଜନା ପ୍ରସ୍ତୁତି କରାଯିବା ସହ ବର୍ତ୍ତମାନର ବିଜୁ ଜନତା ଦଳର ଶାସନକୁ ଭର୍ତ୍ସନା କରିଥିଲେ । ଚୁଡାମଣି ପାଣିଗ୍ରାହୀ, ଲକ୍ଷ୍ମଣ ଡନସନା, କୃପାସିନ୍ଧୁ ପ୍ରଧାନ, ଗୋପଭୂଷଣ ପଣ୍ଡା, ଅମୃତ ଠାକୁର ନିଜ ନିଜର ମତ ପ୍ରକାଶ କରିଥିଲେ ଏବଂ ସୁଦୃଢ ଭାବରେ ପଞ୍ଚାୟତ ନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କୁ ଜିତେଇବାକୁ ଶପଥ କରିଥିଲେ । ଏଥିରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ସୁଦୃଢ ଭାବରେ ସମସ୍ତେ ନିଜ ଦଳର ପ୍ରାର୍ଥୀଙ୍କୁ ଜିତେଇବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନର ସରକାର କିପରି ଭ୍ରଷ୍ଟ ଶାସନ ମାଧ୍ୟମରେ ଲୋକଙ୍କୁ ଭୁଆ ବୁଲାଉଛନ୍ତି ତାହା ପ୍ରକାଶ କରିଥିଲେ । ଶେଷରେ ଗୋପଭୂଷଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

five × five =