ବଟମିତ୍ର ସମ୍ମାନ ସମାରୋହ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡା ଗ୍ରାମରେ ଗ୍ରୀନ ଇଗଲ ଆର୍ମି ଅନୁଷ୍ଠାନ ତରଫରୁ ବଟମିତ୍ର ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗ୍ରୀନ ଇଗଲ ଆର୍ମି ଦୀର୍ଘ ଦଶ ବର୍ଷ ହେଲା ବଲାଙ୍ଗିର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଛକରେ ବଟ ବୃକ୍ଷ ରୋପଣ କରିଆସୁଛି ଓ ଏହି ବୃକ୍ଷଗୁଡ଼ିକୁ ଯେଉଁ ମାନେ ରକ୍ଷଣାବେକ୍ଷଣ କରି ବଡ଼ କରୁଛନ୍ତି ସେହି ବ୍ୟକ୍ତି ମାନଙ୍କୁ ବଟମିତ୍ର ସମ୍ମାନରେ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଉଛି । ବଗଡାର କୋଦୋବନ୍ଦଳିଆ ସାହୁ ପରିବାର ଏହି ମହାନ୍ କାମ କରି ଆସୁଥିବାରୁ ଗତକାଲି ଏହି ସମ୍ମାନ ଦିଆଯାଇଛି । ପ୍ରକୃତି ବନ୍ଧୁ କେଶବ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସରପଞ୍ଚ ତନୁଜା ସାହୁ, ସମ୍ମାନିତ ଅତିଥି କବି ରାଜେଶ ଦଣ୍ଡସେନା, ମୁଖ୍ୟ ବକ୍ତା ଭାବେ ଯୁବ କବି ଅର୍ଜୁନ ସାହୁ ଯୋଗ ଦେଇ ବୃକ୍ଷର ଉପକାରିତା କବିତା ମାଧ୍ୟମରେ କହିଥିବା ବେଳେ ପରମେଶ୍ଵର ସାହୁ, ନରସିଂଘ ମେହେର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରୀନ ଇଗଲ ଆର୍ମିର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଶେଷରେ ରାଧେଶ୍ୟାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.