oom

ସିନାପାଲି ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ଉଦ୍‌ଯାପିତ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠଠାରେ ଗତ ୬ ତାରିଖ ଦିନ ସଂକଳ୍ପ ନେଇଥିବା ବେଳେ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଆଶ୍ୱିନ ନବରାତ୍ର କାର୍ଯ୍ୟକ୍ରମ ଆଜି ପୂର୍ଣ୍ଣାହୁତି ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ନଅଦିନ ବ୍ୟାପୀ ଅଖଣ୍ଡ ମନୋସ୍କାମନା ଦୀପ ପ୍ରଜ୍ୱଳନ କରିଥିବା ବେଳେ ପ୍ରତ୍ୟହ ସାମୂହିକ ଜପ, ଜାଗରଣ, ଆରତୀ, ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉଦ୍‌ଯାପନୀ ଉତ୍ସବ ଅବସରରେ ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ଯଥା ମୁଣ୍ଡନ, ବିଦ୍ୟାରମ୍ଭ, ପୁଂସବନ, କୁମାରୀବ୍ରତ ସହ ୯ ଜଣ କୁମାରୀ କନ୍ୟାଙ୍କ ପୂଜାର ଆୟୋଜିତ ହୋଇଥିଲା । ସିନାପାଲି ଗାୟତ୍ରୀ ପରିବାରର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଟୋଲି ଭାବରେ ତ୍ରୀନାଥ ମେହେର, ସନ୍ତୋଷ କୁମାର ନାଏକ, ତରୁଣ କୁମାର ମେହେର, ପ୍ରମୋଦ କୁମାର ଧୀବର ଓ ପୂଜକ ଭାବରେ ଦୟା ମେହେର ଯଜ୍ଞ କାର୍ଯ୍ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟକର୍ତ୍ତା ଭାବରେ ଭୁପେନ୍ଦ୍ର ମେହେର ଓ ଅନ୍ୟ କର୍ତ୍ତା ଭାବରେ ସରୋଜ ମେହେର, ଜୟଦେବ ମେହେର, ପଙ୍କଜ ମେହେର, ରମେଶ ମେହେର, ଅଭିରାମ ମେହେର, ସୁରେଶ ପଟେଲ, ନିଶ୍ଚଳାନନ୍ଦ ମେହେର, ଜଗଦୀଶ ଗର୍ଗ, କାର୍ତ୍ତାଭାବରେ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ଶଶୀଭୂଷଣ ମାଝୀ, ପୂର୍ଣ୍ଣଚନ୍ଦ୍ର ମେହେର, ଲମ୍ବୋଦର ମେହେର, ହୀରାଲାଲ ଅଗ୍ରୱାଲ, ରମେଶ ମେହେର, ମୁନେଶ ଅଗ୍ରୱାଲ, ଶ୍ରୀକାନ୍ତ ମେହେର, ଡମ୍ବରୁଧର ମେହେର ସହ ସିନାପାଲିର ସମସ୍ତ ଯୁବକ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.