oom

ପୋଲିସ ସହ ଅଭିଯୁକ୍ତ ମୁହାଁ ମୁହିିଁ : ଫୁଟିଲା ଗୁଳି

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ଲାଣ୍ଟ ସାଇଡ ଥାନା ରେଳବାଇ କଲୋନୀ ରିମ ଝିମ ବସ୍ତିରେ ଗତ ଗଣେଶ ପୂଜାରେ ହୋଇଥିବା ଜିତେନ୍ଦ୍ର ସାଏ ଓରଫ୍‌ ଗୋରେକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ପୂର୍ବରୁ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ରାଉରକେଲା ପୋଲିସ, ଗୋରେ ହତ୍ୟାକାଣ୍ଡରେ ଏବେ ପର୍ଯ୍ୟନ୍ତ ଅନେକ ଅପରାଧୀ ଫେରାର ଅଛନ୍ତି । ଫେରାର ଥିବା ମୁସ୍ତାକ ହେଉଛି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଖବର ପାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବଡି ଭୋରରେ ପହଂଛି ଥିଲା ବିଶ୍ରା ମଣ୍ଡପ ଛକରେ । ପୋଲିସକୁ ଦେଖି ମୁସ୍ତାକ ପୋଲିସ ଉପରକୁ ଗୁଳି ଫାଇରିଂ କରିଥିଲା । ପୋଲିସ ତରଫରୁ ପାଲଟା ଆକ୍ରମଣ କରାଯାଇଥିବା ବେଳେ ପୋଲିସର ଏହି ଏନକାଉଣ୍ଟରରେ ଦୁଇ ଅପରାଧୀ ମୁସ୍ତାକ ଆଲମ ଓ ମହମ୍ମଦ ଗୁଡୁଙ୍କ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଘଟଣା ସ୍ଥଳରୁ ପୋଲିସ ଉଠାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣି ପରେ ପରିସ୍ଥିତି ଜଟିଳ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ସୂଚନା ମତେ ମୁସ୍ତାକର ଘର ରାଉରକେଲା ନାଲା ରୋଡ଼ର ଭାଟି ରୋଡ଼ ହୋଇଥିବା ବେଳେ ମହମ୍ମଦ ଗୁଡୁର ଘର ରାଉରକେଲା ମାଲଗୋଦାମ ଅଂଚଳରେ ବୋଲି ଜଣାପଡିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ତନାଘନା କରୁଛି ପୋଲିସ ।

jittmm
Leave A Reply

Your email address will not be published.