csstore

ପାଣିଟାଙ୍କି ମଟର ଗୃହ ଭିତରୁ ଚୋରି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ଗ୍ରାମ ପଂଚାୟତର ପରିମଳ ଓ ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ତିଆରି ହୋଇଥିବା ପାଣିଟାଙ୍କି ଗୃହ ଭିତରୁ ଅନେକ ସାମଗ୍ରୀ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସାନମହେଶ୍ୱର ଗ୍ରାମ ପଂଚାୟତର ରଜାମୁଣ୍ଡା, କୁଲିଗାଁ, ବଡ଼ମହେଶ୍ୱର ଏବଂ ସାନମହେଶ୍ୱର ଏହି ଚାରୋଟି ଗ୍ରାମରେ ପାଣି ସମସ୍ୟା ଦୂର କରିବା ପାଇଁ ଚାରୋଟି ଟାଙ୍କି ତିଆରି ହୋଇଥିଲା । କିନ୍ତୁ ଗତ ସୋମବାର ଦିନ ସାନମହେଶ୍ୱର ଟାଙ୍କିରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ବେଳେ ଗତ କାଲି ରାତିରେ ରଜାମୁଣ୍ଡା, କୁଲିଗାଁ ଏବଂ ବଦମହେଶ୍ୱର ଟାଙ୍କିରୁ କେବୁଲ ୱେର, ଟ୍ରାଇବଲାଇଜର, ସ୍ଟାଟର, କୀଟକେଟ, ପେନେଲ ବୋର୍ଡ ଭଲି ଅନେକ ସାମଗ୍ରୀ ତାଲା ଭାଙ୍ଗି ନେଇଯାଇଥିବା ଅଭିଯୋଗ ହୋଇଛି । ଏ ବିଷୟରେ ଏସ୍‌ଏସ୍‌ ଜେଇଙ୍କୁ ପଚାରିବାରୁ ଏ ବାବଦରେ ଖଡ଼ିଆଳ ପୋଲିସ ଷ୍ଟେସନରେ ଏତଲା ଦିଆଯାଇଛି ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ ।

jayashree
Leave A Reply

Your email address will not be published.