oom

ଗଞ୍ଜାମ ସହରରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସ୍ଵଚ୍ଛତା କାର୍ଯ୍ୟକ୍ରମ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଗଞ୍ଜାମ ସହରରେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉକ୍ତ ସାମାଜିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ଵଚ୍ଛତା ହିଁ ସମ୍ମାନର ସନ୍ତକ ବୋଲି କହିଥିଲେ । ଗଞ୍ଜାମ ନଗର ଯୁବ ସଭାପତି ସୁଧିର କୁମାର ପାଢୀ ଓ ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାଶଙ୍କ ତତ୍ୱାବଧାନରେ ସହରସ୍ଥିତ ବାଳିକା ବିଦ୍ୟାଳୟ ପରିସର ଓ ବଡ଼ ବଜାର ସ୍ଥିତ ମିନି ଷ୍ଟାଡିୟମ ପରିସର ସଫେଇ କରାଯାଇଥିଲା । ରାଜ୍ୟ ଛାତ୍ର ସମ୍ପାଦକ ବିଭୁତି ଭୂଷଣ ଦାଶ, ପୌରାଞ୍ଚଳ ବରିଷ୍ଟ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟନାୟକ, ଜିଲ୍ଲା ଛାତ୍ର ସଭାପତି ଭବାନୀ କାନ୍ତ ସାହୁ, ଜିଲ୍ଲା ସମ୍ପାଦକ ରାଜେଶ ମହାରଣା, ଛାତ୍ର ଜିଲ୍ଲା ସମ୍ପାଦକ ଜଗତେଶ୍ୱର ରାଓ, ଜିଲ୍ଲା ଉପସଭାପତି ଶିବ ପ୍ରସାଦ ସ୍ୱାଇଁ, ସନାତନ ବେହେରା, ଗୌରୀଶଙ୍କର ବାରିକ, ପି.ରାଜୁ ରେଡି, ସୁଦାମ ଚରଣ ପଲାଇ, ଦଣ୍ଡପାଣି ପରିଡା, ଜିତୁ ପଣ୍ଡା, ସୁରେନ୍ଦ୍ର ବାରିକ, ଅକ୍ଷୟ ସ୍ବାଇଁ, ନିରଞ୍ଜନ ପରିଡା, ମନୋଜ ପ୍ରଧାନ, ଛାତ୍ର ଡିଜିଟାଲ ସମ୍ପାଦକ ଆଶୁତୋଷ ଦାଶ, ଯୁବ ଡିଜିଟାଲ ସମ୍ପାଦକ ପ୍ରୀତମ ମହାରଣା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

jittmm
Leave A Reply

Your email address will not be published.