csstore

ପତ୍ରାପାଲିରେ ସବୁଜ ସାଥୀ ଦଳ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିହାପାଲି ଗ୍ରାମ ପଞ୍ଚାୟତ ପତ୍ରାପାଲି ଗ୍ରାମର ଯୁବକମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟାପକ ବିକାଶ ପ୍ରଧାନ ସଭାପତିତ୍ବ କରିଥିଲେ । ବୈଠକରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗଦାନ କରି ବୃକ୍ଷ ରୋପଣ ଓ ସଂରକ୍ଷଣ, ସାମାଜିକ ବନୀକରଣ, ଜଙ୍ଗଲ ସୁରକ୍ଷା, ସବୁଜ ଗୃହର ପ୍ରଭାବ, ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ଆଲୋଚନା କରିଥିଲେ । ଉପସ୍ଥିତ ଯୁବକମାନେ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ଦ୍ବାରା ଅମ୍ଳଜାନର ଅଭାବ, ମରୁଡି ଓ ପ୍ରାକୃତିକ ବିପର୍ଯ୍ୟୟକୁ ରୋକା ଯାଇପାରିବ ବୋଲି ମତ ଦେଇଥିଲେ । ଉପସ୍ଥିତ ଯୁବକଙ୍କୁ ନେଇ ସବୁଜ ସାଥୀ ପତ୍ରାପାଲିର ମୁଖ୍ୟ ଜିତିନ୍ଦ୍ରୀ ପ୍ରଧାନ, ପ୍ରତାପ ସାହୁ, ରାଜେଶ ସାହୁ, ଉମେଶ ପ୍ରଧାନ, ପ୍ରକାଶ ପ୍ରଧାନ, ଅନୀଲ ପ୍ରଧାନ, ଜୟନ୍ତ ପ୍ରଧାନ, ଅଜିତ ସାହୁ, ଅକ୍ଷୟ ପ୍ରଧାନ, ରାହୁଲ ପ୍ରଧାନ, ରବିଶଙ୍କର ସାହୁ, ପ୍ରମୋଦ ସାହୁ ପ୍ରମୁଖ ଭାବେ ମନୋନୀତ କରାଯାଇଛି । ସବୁଜ ସାଥୀ ଗ୍ରାମରେ ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା ଦିଗରେ କାମ କରିବା ସହିତ ନିଜ ଘରର, ଗ୍ରାମର ଓ ଅଞ୍ଚଳର ସାମୁହିକ ଉନ୍ନତି ନିମନ୍ତେ କାର୍ଯ୍ୟ କରିବ ବୋଲି ପ୍ରକୃତିବନ୍ଧୁ ମୀନକେତନ ସାହୁ ମତବ୍ୟକ୍ତ କରିଥିଲେ । ବନ ସୁରକ୍ଷା ସମିତିର ସଭାପତି ଠାକୁର ପ୍ରଧାନ, ବରିହାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ସହଦେବ ପ୍ରଧାନ ଆଲୋଚନାରେ ଅଂଶ ଗ୍ରହଣ ସହ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.