oom

ମିଠାପାଲି ଗ୍ରାମରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ଠାରେ ଶ୍ରୀ ସତ୍ୟସାଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରୀପାଲିର ସଂଜୟ ଦାଶଙ୍କ ଉଦ୍ୟମରେ ପାଇକମାଲର ଲକ୍ଷ୍ମଣ ସାହୁ ଏବଂ ମାଣ୍ଡୋସିଲର ଅରୁଣା ସାହୁଙ୍କ ପ୍ରଚେଷ୍ଟାରେ ଶ୍ରୀ ସତ୍ୟସାଇ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛିନ୍ଦେଇକେଲା, ମାଣ୍ଡୋସିଲ, ପାଇକମାଲ ଭଜନ ମଣ୍ଡଳୀକୁ ନେଇ ଭଜନ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ପାଢୀ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲା କୈଳାସ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବରେ ପଦ୍ମପୁର ସମିତି ଆବାହକ ପିକେ ରଥ, ଝରବନ୍ଧ ଶିକ୍ଷା ଅଧ୍ୟକ୍ଷପିକା ଯାଜ୍ଞସେନୀ ନାୟକ ଯୋଗଦାନ କରି ବାବାଙ୍କ, ସଂଗଠନ ଓ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ସର୍ବଶ୍ରୀ ଶେଖର ସେଠ, ନିରୋଜ ସାହୁ, ପତିତପାବନ ସାହୁ, ଜିତୁ ସାହୁ, ପିଣ୍ଟୁ ସାହୁ, ହେମ ସାଗର ସାହୁ, ଶରତ ଚନ୍ଦ୍ର ହଂସ, ପଞ୍ଚୁ ସାହୁ, ନବୀନ ଡନସେନା, ଯୋଗେନ୍ଦ୍ର ଡନସେନା, ଅରୁଣ ପଟ୍ଟନାୟକ, ଶରତ ସାହୁ, ହାରାବତୀ ଡନସେନା, ଗୀତା ସାହୁ, ହେମଲତା ସାହୁ ଉପସ୍ଥିତ ରହି ଭଜନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଲକ୍ଷ୍ମଣ ସାହୁ ।

jittmm
Leave A Reply

Your email address will not be published.