csstore

କଣ୍ଟାବାଞ୍ଜିରେ ଅଗ୍ରସେନ ଜୟନ୍ତୀ ପାଳିତ : ମହାରାଜା ଅଗ୍ରେସେନଙ୍କ ଜୀବନୀକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ଉଦ୍ୟମ – ସୁଜିତ କୁମାର

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ଅଗ୍ରୱାଲ ସମାଜର କୁଲପିତା ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ସ୍ଥାନୀୟ ଓଁକାର ମଲ ଭବନ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିଲେ । ଶ୍ରୀ କୁମାର ଅଗ୍ରୱାଲ ସମାଜ ତରଫରୁ କରାଯାଉଥିବା ସମାଜ ସେବା କାର୍ଯ୍ୟର ପ୍ରଶଂସା କରି ତାଙ୍କ ସମର୍ଥନ ସବୁ ବେଳେ ରହିଛି ଏବଂ ମହାରାଜା ଅଗ୍ରସେନ ଜୀବନୀକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟଦରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ମୁଖ୍ୟବକ୍ତା ଭାବେ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ସମ୍ମେଳନର ସଭାପତି ଗୋବିନ୍ଦରାମ ଅଗ୍ରୱାଲ ନିଜର ମତ ରଖିଥିଲେ । ଅଗ୍ରୱାଲ ସଭା ଟ୍ରଷ୍ଟର ସଭାପତି କୈଳାଶ ଅଗ୍ରୱାଲ ସଭାପତିତ୍ୱ କରିଥିଲେ । ସମ୍ପାଦକ ଅଜୟ ଜୈନ ବାର୍ଷିକ ବିବରଣୀ ରଖିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଉତ୍କୃଷ୍ଟ କରିଥିବା ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କରିଥିବା ଲୋକଙ୍କୁ ସମର୍ଦ୍ଧନା ଦିଆଯାଇଥିଲା । ଜୟନ୍ତୀ ଉପଲକ୍ଷେ ହୋଇଥିବା ୬୦ରୁ ଅଧିକ ପ୍ରତିଯୋଗିତାରେ ବିଜୟୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ରାତିରେ ସାସ୍କୃତିକ କାର୍ଯ୍ୟକ୍ରମ ସହ ହିନ୍ଦୀ ହାସ୍ୟ କବି ସମ୍ମିଳନୀର ଆୟୋଜନ ହୋଇଥିଲା । ଦେଶର ପ୍ରସିଦ୍ଧ କବି ମାନେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମାରୱାଡ଼ି ସମ୍ମେଳନ, ମାରୱାଡ଼ି ଯୁବା ମଂଚ ବିକାଶ ଶାଖା, ଅଗ୍ରୱାଲ ମିତ୍ର ମଣ୍ଡଳ, ମହିଳା ପ୍ରଗତି ଶାଖା, ମହିଳା ସମିତି, ମାରୱାଡ଼ି ଯୁବା ମଞ୍ଚର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରରୁ ବିଶିଷ୍ଟ ସମାଜସେବୀ ବିଷ୍ଣୁ କେଡ଼ିଆ, ଟିଟିଲାଗଡ଼ର ସମାଜସେବୀ ଅଂକୁର ଅଗ୍ରୱାଲ ସହ ଆଖ ପାଖର ବିଶିଷ୍ଟ ଲୋକ ମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.