csstore

ଲେବିଡି ଗ୍ରାମରେ କୃଷକ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନୁକୂଲ୍ୟରେ ଶରଧାପାଲି ଗ୍ରାମ ପଞ୍ଚୟତ ଲେବିଡି ଗ୍ରାମଠାରେ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କୃଷକ ମେଳାରେ ଶରଧାପାଲି ଗ୍ରାମ ପଞ୍ଚାୟତର ଶତାଧିକ ପୁରୁଷ, ମହିଳା ଓ ଚାଷୀ ଯୋଗଦାନ କରିଥିଲେ । ଉକ୍ତ ମେଳାରେ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ଡଣ୍ଡସେନା, ଜିଲ୍ଲା ସ୍ତରୀୟ ମୂର୍ତ୍ତିକା ଅଧିକାରୀ ରବି ନାରାୟଣ ସେନାପତି, ଆତ୍ମା ବରଗଡରୁ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ ମହାନ୍ତି, ଏଡିଏଓ ନୀଳମଣି ଦାସ, ଏଏଓ ମଧୁସ୍ମିତା ମିଶ୍ର, ଶରଧାପାଲି ସରପଞ୍ଚ ସଂଜୀବ ଭୋଇ, ମା’ ମଂଗଳା କୃଷକ ଉତ୍ପାଦନ ସଦସ୍ୟ କୃଷି ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ । ମୂର୍ତ୍ତିକା ପରୀକ୍ଷା ଜୈବିକ, କୃଷି, ଅନୁମୁଦିତ ସାର, ବୀଜାଣୁ ସାର, ଉପରେ ଗୁରୁତ୍ୱ ଦେଇ ସଭାରେ ଆଲୋଜନା କରିଥିଲେ । ଶ୍ରୀମତୀ ମଧୁସ୍ମିତା ମିଶ୍ର ସଭା ପରିଚାଳନା କରିଥିବା ବେଳେ ନାରାୟଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.