oom

କୋଶଳିଆ ମାଳି ସମାଜ ବିକାଶ ବିଜେପୁର ସର୍କଲ ସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳିଆ ମାଳି ସମାଜ ବିକାଶ ପରିଷଦ, ବିଜେପୁର ସର୍କଲ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ସୌଜନ୍ୟ ମୂଳକ ବୈଠକ ରଞ୍ଜିତ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ସୁଦ୍ଧା ସମସ୍ତ ଜୋନାଲ ବୈଠକ ସାରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା । ଜିଲ୍ଲା ସଭାପତି ଭୀଷ୍ମଦେବ ପଟେଲ ଓ ଜିଲ୍ଲା ସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କୁ ସର୍କଲ ତରଫରୁ ସ୍ଵାଗତ କରାଯାଇଥିଲା । ସମାଜରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ଯୌତୁକ ବିହୀନ ନିରାଡମ୍ବର ବିବାହକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରିବା, ସମଗ୍ର ଜିଲ୍ଲା ସ୍ତରରେ ସାମାଜିକ ଚଳଣିର ସମାନତା ରକ୍ଷା ପାଇଁ ଉଦ୍ୟମ କରିବା ତଥା ଜିଲ୍ଲା ସଂଗଠନକୁ ମଜଭୁତ କରିବା ଉପରେ ସଭାପତି ଉଦ୍‌ବୋଧନ ଦେଇଥିଲେ । ଅକ୍ଟୋବର ୧୦ ରବିବାର ଦିନ ନୃସିଂହନାଥ ମାଳି ସମାଜ ଧର୍ମଶାଳା ଠାରେ ନିର୍ଦ୍ଧାରିତ ବରଗଡ଼ ଜିଲ୍ଲା ସାଙ୍ଗଠନିକ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ, ସର୍କଲ ଅଞ୍ଚଳରୁ ପ୍ରତିନିଧି ମାନଙ୍କର ଯୋଗଦାନକୁ ନିଶ୍ଚିତ କରିବା ପାଇଁ ଜିଲ୍ଲା ସଭାପତି ଅନୁରୋଧ କରିଛନ୍ତି । ପ୍ରେମରାଜ ପଟେଲ ସଭା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶାନ୍ତ ପଟେଲ ।

jittmm
Leave A Reply

Your email address will not be published.