oom

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ସାନ ବଜାର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୋପାଳ ବେହେରାଙ୍କ ପୌରହିତରେ ଉନ୍ମୋଚିତ ଉତ୍ସବରେ ଇ ଓ ରୋନିତ କୁମାର ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାପୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ପ୍ରଦାନ କରିବା ସହ ସୃତିଚାରଣ କରିଥିଲେ ।
ସୁମିତ୍ରା ପଣ୍ଡା, ପୁଷ୍ପାଞ୍ଜଳି ରେଡି ଶିକ୍ଷୟତ୍ରୀ ଓ ଅଙ୍ଗନବାଡି କର୍ମୀ ଝୁନୁ ରାଣୀ ବେହେରା, ମିନାକ୍ଷୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ, ପୌରାଞ୍ଚଳ ବରିଷ୍ଟ ନାଗରିକ ପରିଷଦ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ପୂର୍ବତନ କାଉନସିଲର ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ବେହେରା, ଗତିକୃଷ୍ଣ ସାହୁ, ନିରଞ୍ଜନ ମହାପାତ୍ର, ମହେଶ କୁମାର ବେହେରା, ଦାମୋଦର ପଣ୍ଡା, ପର୍ଶୁରାମ ବେହେରା, ଗୌରାଙ୍ଗ ଚରଣ ବେହେରା, ସୁଧିର କୁମାର ପାଢୀ, ତ୍ରିନାଥ ରେଡି ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.