oom

ଗାନ୍ଧୀ ଜୟନ୍ତୀରେ ରମ୍ଭା ସାହିତ୍ୟ ଘରର କବିତା ଆସର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହରର ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ମଣ୍ଡପରେ ସାହିତ୍ୟ ଘର ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମହାମାନବ ମହାତ୍ମା ଗାନ୍ଧୀ ଓ ଶାନ୍ତି କପୋତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ସ୍ମୃତି ଚାରଣ ସଭା ଓ କବିତା ଆସର ଅନୁଷ୍ଠିତ ହୋଇଇଯାଇଛି । ସାହିତ୍ୟ ଘରର ସଭାପତି ଜୟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବାମଦେବ ହାଇସ୍କୁଲ ଡିଆଁଡେଇଁର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା କୁମାରୀ ମିଶ୍ର ମୁଖ୍ୟ ଅତିଥି, ବାଦପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି, ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସ୍ମୃତି ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସମ୍ପାଦକ ତଥା ବରିଷ୍ଠ କବି ପ୍ରକୃତିବନ୍ଧୁ ପଞ୍ଚାନନ ଖଟୁଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅହିଂସା ନୀତି ଓ ଭାରତୀୟ ସ୍ୱାଧିନତା ସଂଗ୍ରାମ ଏବଂ ଉଭୟଙ୍କ ତମାମ ଜୀବନାର୍ଦଶ ଉପରେ ଆଲୋକପାତ କରିଥିଲେ । ସାହିତ୍ୟ ଘରର ସମ୍ପାଦକ ତଥା ପ୍ରକୃତିବନ୍ଧୁ ଶିକ୍ଷକ ଶେଷଦେବ ବେହେରାଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ କବି ସୀତା ରତ୍ନମାଳା ବେହେରା, ପ୍ରିୟଙ୍କା ସ୍ୱାଇଁ, ଶର୍ମିଳା ଗୌଡ଼, ରାଜେଶ୍ୱରୀ ପ୍ରଧାନ, ଜୟକୃଷ୍ଣ ତ୍ରିପାଠୀ, ପଞ୍ଚାନନ ଖଟୁଆ, ମମତା କୁମାରୀ ମିଶ୍ର, ଧରମ ଦାସ, ଶେଷଦେବ ବେହେରା, ଝଡ଼ିଆ ନାହାକ, ଗଣେଶ ଚନ୍ଦ୍ର ବେହେରା, ସହଦେବ ଗୌଡ଼ ପ୍ରମୁଖ ସ୍ବ ରଚିତ କବିତା ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲମ୍ବୋଧର ମହାନ୍ତି, ଉମାକାନ୍ତ ସାହୁ ଓ ଉପେନ୍ଦ୍ର ବେହେରା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.