jayashree

ଲୋକକଳା ଗ୍ରାମ କୁମ୍ଭାରୀର ୩ୟ ବାର୍ଷିକ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଲୋକକଳା ଗ୍ରାମ କୁମ୍ଭାରୀର ତୃତୀୟ ବାର୍ଷିକ ଉତ୍ସବ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକକଳା ସଂଘ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ବ୍ଲକ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରା, ବରପାଲି ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାର, କୁମ୍ଭାରୀ ସରପଞ୍ଚ ଶ୍ରୀମତୀ ରଜନୀ କର୍ତି, ସମିତି ସଭ୍ୟା ଶ୍ରୀମତୀ ଲୟା ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଟେକଚାନ୍ଦ ଦୁଆନ ଯୋଗ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଉଲ୍ଲେଖ କରି ଏକାଦଶ ବ୍ରତ, ସତ୍ୟ ଅହିଂସାର ଅମୋଘ ଅସ୍ତ୍ର‌ରେ ଗାନ୍ଧୀଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଆଜି ସକାଳୁ କୁମ୍ଭାରୀ ଗ୍ରାମର ସପ୍ସକିର୍ତ୍ତନ୍ୟ ମଣ୍ଡଳୀ ଦ୍ୱାରା ରାମଧୂନ ପରିବେଷଣ କରାଯାଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ପରେ ବ୍ରଜେଶ୍ୱରୀ ନୃତ୍ୟ କଳା ସଂସଦର ଶବ୍ଦ ନୃତ୍ୟ ସହ ୪୦ଟି ଦଳର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସଭାକୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ ଏବଂ ଶେଷରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଅମୃତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.