oom

ଗାନ୍ଧୀଙ୍କ ଶାନ୍ତି ବାର୍ତ୍ତା ଯୁଗ ଯୁଗ ଧରି ବିଶ୍ଵକୁ ପ୍ରେରଣା ଯୋଗାଇବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀଙ୍କ ବିଚାର ଓ ବାର୍ତ୍ତା ଯୁଗ ଯୁଗ ଧରି ସମଗ୍ର ବିଶ୍ଵକୁ ଶାନ୍ତିର ସହ ସହାବସ୍ଥାନ ପାଇଁ ପ୍ରେରଣା ଯୋଗାଇବ ଓ ପ୍ରଭାବିତ କରିବ ବୋଲି ଗାନ୍ଧୀ ସ୍ମୃତି କମିଟୀ ପକ୍ଷରୁ ଆୟୋଜିତ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ସ୍ଥାନୀୟ ଗନ୍ଧୀ ଭବନ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଶିଷ୍ଟ ସୂଚନା କର୍ମି ହେମନ୍ତ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଗାନ୍ଧୀଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ସଭା ପ୍ରାରମ୍ଭରେ ରାମଧୂନ ଗାନ କରାଯିବା ସହ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ଵାଧୀନତାର ଅମୃତ ମହୋତ୍ସବ ବର୍ଷରେ ଗାନ୍ଧୀ ବିଚାର ଆହୁରି ଜାଜୁଲ୍ୟମାନ ହୋଇଛି ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଗାନ୍ଧୀ ସ୍ମୃତି କମିଟୀର ଆବାହକ ପ୍ରଶାନ୍ତ ମହାକୁରଙ୍କ ଆବ୍ୟବକତ୍ଵରେ ଅନୁଷ୍ଠିତ ଜୟନ୍ତୀ ସଭାରେ ସାମ୍ବାଦିକ ଯୁଧିଷ୍ଠିର ମେହେର ଅନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବରିଷ୍ଠ ସମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଗୋପଭୂଷଣ ନାଥ, କିଶୋରୀ ମୋହନ ମିଶ୍ର, ମନରଞ୍ଜନ ପୁରୋହିତ, ବିଷ୍ଣୁ ପ୍ରସାଦ କେଡ଼ିଆ, ବିଧୁ ଭୂଷଣ ତ୍ରିପାଠୀ, ରାମ ନାରାୟଣ ଦାଶ, କବି ଅର୍ଜ୍ଜୁନ ସାହୁ, ବିନୋଦ କାଲସାଏ, ବାଗଦଳ ମହାକୁର, ବିଭୁ କଲ୍ୟାଣ ଗଡତ୍ୟା ଓ ଟିକଲ ଫୁଟେଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ ପୂର୍ବକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.