lika

ଓମ୍‌ ପ୍ରକାଶ କୁମ୍ଭାର ହେଲେ ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ ସଭାପତି

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ଦଳିତ ନେତା ତଥା ଲକ୍ଷେ ଘର ଗଣ୍ଡା ସମାଜ ପଶ୍ଚିମ ଓଡିଶା ସଭାପତି ଓମ୍‌ ପ୍ରକାଶ କୁମ୍ଭାରଙ୍କୁ ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ନିଯୁକ୍ତି ପାଇଁ ରାଜ୍ୟ ଏସ୍‌ସି ସେଲ ସଭାପତି ବାଙ୍କନିଧି ବେହେରା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ କୁମ୍ଭାର ଜିଲ୍ଲାରେ ଦଳିତ ସମାଜକୁ ସଂଗଠିତ କରି ଆଗାମୀ ଦିନରେ ଦଳିତ ବିରୋଧି କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ତିବ୍ରତର ଆନ୍ଦୋଳନ କରିବା ପାଇଁ ମତବ୍ୟକ୍ତ କରିଛନ୍ତି । ତାଙ୍କ ନିଯୁକ୍ତିରେ ବରିଷ୍ଠ ଦଳିତ ନେତା ସତ୍ୟାନନ୍ଦ ସୁନା, ବ୍ରଜ ବିହାରୀ ନାଗ, ସତ୍ୟ ନାଗ, ଜ୍ୟୋତିଷ ମୁଗ୍ରୀ, ହରି ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ତାରାକାନ୍ତ ବାଗ, ମନବୋଧ ହରପାଲ ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଛନ୍ତି ତା’ ସହିତ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ, ପଂଚାୟତିରାଜ ସଂଗଠନ ସଭାପତି ଅଜୟ ବାଲି, ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁ, ଲୋଇସିଂହା ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁ, ଆଗଲପୁର ବ୍ଲକ କଂଗ୍ରେସ ସଭାପତି ମନମୋହନ ପଟେଲ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ସଂଗଠନ ଆହୁରି ସୁଦୃଢ ହେବ ବୋଲି ମତପ୍ରକାଶ କରିଛନ୍ତି ।

babaa
Leave A Reply

Your email address will not be published.