oom

ମରୁଡି ଅଞ୍ଚଳ ପରିଦର୍ଶନ କଲେ ସାଂସଦ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଏକ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାରୁ ବର୍ଷା ପାଣିର ଭରସାରେ ଚାଷୀ ଚାଷ କରିଥାଏ । ଲଗାତାର ଭାବେ ମରୁଡି ଦେଖା ଦେଉଥିବା ସତ୍ୱେ ଓଡିଶା ସରକାର ଗାଇସିଲେଟ ବ୍ଲକ ଚାଷୀମାନଙ୍କୁ ପାଣି ଯୋଗାଇ ଦେଇ ପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ଆଜି ସକାଳୁ ବରଗଡ ସାଂସଦ ସୁରେଶ ପୂଜାରୀ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀମାନଙ୍କ ସମସ୍ୟା ବୁଝି ମରୁଡି ଖେତ ପରିଦର୍ଶନ କରିଥିଲେ ଖୁଣ୍ଟପାଲି ଗ୍ରାମର ଚାଷୀ ମଲକେନ୍ ନାଲାର ଲେଫ୍ଟ କେନାଲ ନିର୍ମାଣ, ଅଚଳ ହୋଇ ପଡି ରହିଥିବା ଉଠା ଜଳସେଚନକୁ କାର୍ଯ୍ୟକାରୀ କରିବା ପାଇଁ ଦାବୀ କରିଥିଲେ, ତାଲପାଲି, ବ୍ରାହ୍ମଣମାଲ, ଅଇଁଲାବାହାଲ, ଯେନକେଡା, ଗାଇସିଲେଟ, ଡାଙ୍ଗବାହାଲ ଗ୍ରାମକୁ ଯାଇ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପାର୍ଲିଆମେଣ୍ଟରେ ଦାବୀ ରଖିବେ ବୋଲି ମତ ରଖିଥିଲେ । ତାଙ୍କ ସହ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ପ୍ରବୀଣ କୁମାର ପାଣିଗ୍ରାହୀ, ଜିଲ୍ଲା ଉପାଧକ୍ଷ ମଦନ ଦୀପ, ବିନାୟକ ଗୁରୁ ମଣ୍ଡଳ ସଭାପତି ବିପିନ ସାହୁ, ଆନନ୍ଦ ମଟାରୀ, ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡା, ଯଜ୍ଞେଶ୍ୱର, ସନତ ଗଡତିଆ, ପଧାନ, ଗୋପାଳ ସାହୁ ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.