ଅସିତ ତ୍ରିପାଠୀ ହେଲେ ଭୁବନେଶ୍ୱର କ୍ଲବ୍‌ ସଭାପତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇ ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ଅସିତଙ୍କୁ ୭୭୬ ଭୋଟ୍ ମିଳିଥିବା ବେଳେ ବିଜୟଙ୍କୁ ୪୯୮ ଭୋଟ୍ ମିଳିଥିଲା । ପ୍ରିୟବ୍ରତଙ୍କ ପରେ ଅସିତ ତ୍ରିପାଠୀ ହୋଇଛନ୍ତି ଭୁବନେଶ୍ୱର କ୍ଲବ ସଭାପତି । ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗ ଓ କରୋନା ମହାମାରୀ ଯୋଗୁଁ ଖାଲି ପଡ଼ିଥିଲା । ଏହି ପଦବୀ ପାଇଁ ଆଜି ନିର୍ବାଚନ ହୋଇଥିଲା । ଗତଦୁଇ ଦିନ ଧରି ମତଦାନ ଚାଲିଥିଲା । ତେବେ ଏହା ସରିବା ପରେ ଆଜି ଅପରାହ୍ନରୁ ଗଣତି ଆରମ୍ଭ ହୋଇଥିଲା । ସଭାପତି, ଉପ ସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ ଆଦି ପଦବୀ ସହ ୬ଟି କମିଟି ମେମ୍ବର ପଦବୀ ପାଇଁ ଭୋଟଗ୍ରହଣ ହୋଇଥିଲା । ଏସବୁ ପଦବୀ ପାଇଁ ପ୍ରାୟ ୧୩ଶହ ଭୋଟ ପଡ଼ିଥିଲା । ତେବେ ଏଥର ସଭାପତିରେ ଦୁଇ ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଓ ଅସିତ କୁମାର ତ୍ରିପାଠୀଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ ଶେଷରେ ନିର୍ବାଚନରେ ବାଜି ମାରିଛନ୍ତି ଅସିତ ତ୍ରିପାଠୀ ।

Leave A Reply

Your email address will not be published.