oom

ଅନଲାଇନ୍ ମାଧ୍ୟମରେ କବିତା ଆସର ତଥା ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ସମ୍ବଲପୁର, (କରୁଣାକର ଶତପଥୀ) : ଘଣ୍ଟି ଘର ଚିପିଲିମାର ୧୮ ନମ୍ବର କବିତା ଆସର ତଥା ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଗତକାଲି ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ହୁଗୁଳି ମୋହସୀନ କଲେଜ ଚିନ୍‌ସୁରା ପଶ୍ଚିମବଙ୍ଗର ହିନ୍ଦି ବିଭାଗର ମୁଖ୍ୟ ପ୍ରଫେସର ଡ.ଚକ୍ରଧର ପଧାନ । ଏହି ଆସରରେ ସେ ନୂଆଁଖାଇର ବର୍ତ୍ତମାନ ସ୍ୱରୁପ ତଥା ପୁରାତନ ସ୍ୱରୂପ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ନୂଆଁଖାଇ କେବଳ ଆମ ପଶ୍ଚିମ ଓଡିଶାର ଗଣପର୍ବ ନୁହେଁ । ଦେଶ ବାହାରେ ବିଦେଶରେ ମଧ୍ୟ ନୂଆଁଖାଇ ପାଳିତ ହୋଇ ଆସୁଅଛି । ରାଜ୍ୟ ବାହାରେ ଅନ୍ୟ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ, ବିହାର ତଥା ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ଗୁଡିକରେ କିପରି ଭାବରେ ନୂଆଁଖାଇ ପାଳିତ ହେଉଛି ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ରାମାୟଣ ଏବଂ ମହାଭାରତ ସମୟରେ ରାମ ଏବଂ ଯୁଧିଷ୍ଠିର ମଧ୍ୟ ନୂଆଁଖାଇ ପାଳନ କରୁଥିବା ବିଷୟ ସେ କହିଥିଲେ । ନୂଆଁଖାଇର ପାରମ୍ପରିକ, ଆଧ୍ୟାତ୍ମିକ ଓ ଐତିହାସିକ ଚିତ୍ର ଆଲୋଚନା ମାଧ୍ୟମରେ ପ୍ରତିପାଦନ କରିଥିଲେ । ଘଣ୍ଟି ସାହିତ୍ୟ ଘର ଚିପିଲିମାର ଉପଦେଷ୍ଟା ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ କହିଥିଲେ ଆଜିକାଲି ପରିବାର ଏବଂ ସମାଜରେ ମାଇକ୍ରୋ ସିଷ୍ଟମ୍ ଲାଇଫ୍ ଅଧିକ ଦେଖିବାକୁ ମିଳୁଛି ତେଣୁ ନୂଆଁଖାଇର ବାସ୍ତବ ପରମ୍ପରା କେଉଁଠି ହଜିଯାଉଛି । ଅନଲାଇନ୍ ପ୍ରଚାର ପ୍ରସାର ସତ୍ତ୍ୱେ ସମସ୍ତଙ୍କୁ ନିଜର ପରମ୍ପରାକୁ ଅବିରତ ବଞ୍ଚାଇ ରଖିବାକୁ ଚେଷ୍ଟା କରିବାକୁ ପଡିବ । ଆସରରେ ସାଇଶିଖା ଶତପଥୀ, ଅରୁଣୀ ତ୍ରିପାଠୀ, ଅନନ୍ତ ଖମାରି, ରାଜେଶିନୀ ଦାସ ଏବଂ ଇତିଶ୍ରୀ ମିଶ୍ର ନିଜ ନିଜ ରଚିତ କବିତା ପାଠ କରିଥିଲେ । ଘଣ୍ଟି ସାହିତ୍ୟ ଘର ଚିପିଲିମାର ପ୍ରତିଷ୍ଠାତା ସଭ୍ୟ ସୁଧାଂଶୁ ଭୂଷଣ ଷଣ୍ଢ ସ୍ୱାଗତ ଭାଷଣ ଦେଇଥିବା ବେଳେ ତରଣିସେନ ମେହେରଙ୍କ ଶୃତି ମଧୁର କଣ୍ଠରେ ସଂଯୋଜନା ସମସ୍ତଙ୍କ ମନକୁ ମୋହି ନେଇଥିଲା । ଘଣ୍ଟି ସାହିତ୍ୟ ଘର ଚିପିଲିମାର ସଦସ୍ୟା ପ୍ରୀତିନନ୍ଦା ପାଣିଗ୍ରାହୀ ସାହିତ୍ୟ ପ୍ରେମୀ ନରେନ୍ଦ୍ର କୁମାର ପଣ୍ଡା, ସୂର୍ୟ୍ୟ ପାଢୀ, ଡ.ସୁଶାନ୍ତ କୁମାର ପୂଜାରୀ, କ୍ଷେତ୍ରମଣୀ ବିଭାର, ଡ.ଅଜିତ କୁମାର ନାଥ, ପ୍ରହଲ୍ଲାଦ ସେଠ, ସୁଦର୍ଶନ ପୂଜାରୀ, ଭୂବନେଶ୍ବର ପ୍ରଧାନ, ଅନିଲ ସାହୁ, ବିଦ୍ୟାଧର ଦାଶ, ବାଲମୁକୁନ୍ଦ ନିଆଲ, ଧରିତି ସୁନ୍ଦର ମିଶ୍ର, ସୂର୍ୟ୍ୟକାନ୍ତ ସାହାଣି, ଦିଲେଶ୍ୱର ବାଗ, ସିଥିକାନ୍ତ ମିଶ୍ର, କୁଶଲେଶ୍ୱର ପ୍ରଧାନ, ବର୍ଷା ଷଣ୍ଢ, ସୁଜିତ ବାରିକ, ରିତୁ ସରାଫ, ବୃନ୍ଦାବନ ପ୍ରଧାନ, ମୁନିରାମ କୁମ୍ଭାର, ସୁବାଷ ହୁଏ, ବନବାସ ମେହେର, ସୁଶିଲ କୁମାର ମାଝୀ, ସୁରେନ୍ଦ୍ର ମହାକୁର, ସାବିତ୍ରୀ ପୁରୋହିତ, ଯୁଧିଷ୍ଠିର ବରିହା, ପ୍ରତିମା ବାରିକ, ସୁଖରାମ ମଲ୍ଲିକ, ଚନ୍ଦନା ତ୍ରିପାଠୀ, ସନ୍ତୋଷ କୁମାର ଅଦାବର, ଶୁଭେନ୍ଦୁ ମହାକୁର, ସ୍ୱର୍ଣ୍ଣପ୍ରଭା ବେହେରା, ଜୟ ପଧାନ ପ୍ରମୁଖ ପଶ୍ଚିମ ଓଡିଶାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଇଥିଲେ । ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସାହିତ୍ୟ ପ୍ରେମୀ ଶ୍ରୋତାମାନଙ୍କ ଯୋଗଦାନରେ ଆସରଟି ସଫଳ ହୋଇଥିଲା । ଶେଷରେ ଘଣ୍ଟି ସାହିତ୍ୟ ଘର ଚିପିଲିମାର ସଦସ୍ୟା ସଂଗୀତା ମୋହନ ଗହିର ସମସ୍ତ ଅତିଥି ତଥା ଶ୍ରୋତାବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହିପରି ଭାବରେ ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମାର ୧୮ତମ ସାହିତ୍ୟ ଆସର ତଥା ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

jittmm
Leave A Reply

Your email address will not be published.