csstore

କୋଶଲୀ ଫିଲ୍ମ ‘ଆମର ନୂଆଁଖାଇ’କୁ ନେଇ ଦର୍ଶକଙ୍କ ପ୍ରଶଂସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇକୁ ନେଇ ଗାଁ ଠୁ ସହର ବେଶ ଉତ୍ସାହିତ ଲାଗି ରହିଥାଏ । ତେବେ କିଭଳି ଭାବରେ ଏହି କୋଶଲି ‘ଚଳଚ୍ଚିତ୍ର ଆମର ନୂଆଁଖାଇ’ରେ ଭାଇ ଚାରା ରହିଛି ତାହାକୁ ନେଇ ପ୍ରସ୍ତୁତ ହେବା ପରେ ଅଜିତ କୁମାର ସାହୁ ଅଫିସିୟାଲ ୟୁଟୁବ ଚେନାଲରେ ପ୍ରସାରିତ ହୋଇ ଦର୍ଶକ ମାନଙ୍କ ମନକୁ ଛୁଇଁବା ସହ ପ୍ରଶଂସା ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି । ଏହି କାହାଣୀକୁ ଗୀତିକାର ହୀରାଧର ଗହିର ରଚନା କରିଥିବା ବେଳେ ଦଳ ଗୋବିନ୍ଦ ଭୋଇ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ଉଦୟ ଶଙ୍କର ବାଗ, ସ୍ୱାଗତ କୁମାର ନାଏକ, ସୁମନ ବେହେରା, ଉମା ରାଣୀ ତାଣ୍ଡି, ପଲ୍ଲବୀ ପ୍ରିୟଦର୍ଶନୀ ନାଗ, ବିଷ୍ଣୁ ଭୋଇ, ନିରୁପମା ବର୍ଜି, ମନ ଗହୀର, ବସୁ ଦେବ ଭୋଇ, ସାନ ରଣା, ଅଜିତ ସାହୁ, ଦଳ ଗୋବିନ୍ଦ ଭୋଇ, ରୋହିତ ଭୋଇ, ସୁବିନ୍ଦ୍ର ନାଏକ ପ୍ରମୁଖ ଅଭିନୟ କରିଥିବା ବେଳେ ଧିରେ ଧିରେ ଏବେ ପ୍ରବଳ ମାତ୍ରାରେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଅଜିତ କୁମାର ସାହୁଙ୍କ ପ୍ରଯୋଜନାରେ ଏହି କୋଶଲୀ ଚଳଚିତ୍ର ନିର୍ମାଣ କରାଯାଇଛି ।

jayashree
Leave A Reply

Your email address will not be published.