ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏନ୍‌ସିସି ବିଭାଗ ପକ୍ଷରୁ ପତ୍ରିକା ଉନ୍ମୋଚନ ଓ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶନିବାର ପୂର୍ବାହ୍ନରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ପକ୍ଷରୁ ପ୍ରାଚୀର ପତ୍ର “ଥିଙ୍କ୍ ଇଙ୍କ” ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଡକ୍ଟର ଅଶୋକ କୁମାର ଦାସଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି । ଏଥିସହିତ ବିଗତ ଦିନ ମାନଙ୍କରେ ଏହି ମହାବିଦ୍ୟାଳୟର ଏନ୍‌ସିସି ଛାତ୍ରଛାତ୍ରୀଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବଳିତ ଅନ୍ୟ ଏକ ପ୍ରାଚୀରପତ୍ର ମୁଖ୍ୟ ଅତିଥି ପ୍ରଫେସର ଦାସଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡା. ସୁଜାତା ମିଶ୍ର ସଭାପତିତ୍ଵ କରିଥିଲେ । ଏହି ପ୍ରାଚୀରପତ୍ର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଓ ଦିଗ୍ ଦର୍ଶନ ଦେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବ ବୋଲି ଅତିଥି ମାନେ ମତ ଦେଇଥିଲେ । ଏହି ମହାବିଦ୍ୟାଳୟର ଏନ୍‌ସିସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ଃ. ସଞ୍ଜୟ କୁମାର ସୁନ୍ଦରାୟ ଏହି କାର୍ଯ୍ୟକ୍ରମଟିକୁ ଦକ୍ଷତା ପୂର୍ଣ୍ଣ ସୁପରିଚାଳନା କରି ବିଗତଦିନ ମାନଙ୍କରେ ଏନ୍‌ସିସି କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ସାମାଜ ସେବା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଭାରତ ସରକାରଙ୍କର ନିର୍ଦ୍ଦେଶରେ ଏନ୍‌ସିସି ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀଙ୍କ “ଏନ୍‌ସିସି ଯୋଗଦାନ” କାର୍ଯ୍ୟକ୍ରମେ ଅନ୍ତର୍ଗତ କୋଭିଡ଼ ସମୟରେ ଏନ୍‌ସିସି କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କୋଭିଡ ସହାୟତା କେନ୍ଦ୍ର ଦ୍ଵାରା କରାଯାଇ ବିଭିନ୍ନ କୋଭିଡ ସଂକ୍ରମିତଙ୍କୁ ସାହାଯ୍ୟ କରାଯାଇଥିବା ବିଷୟରେ ମୁଖ୍ୟ ଅତିଥିଙ୍କୁ ଅବଗତ କରାଇଥିଲେ । କ୍ୟାଡ଼େଟ୍ ମାନଙ୍କର ଏହି କୋଭିଡ଼ ସେବା ଅବିଭକ୍ତ ପୁରୀ ଜିଲ୍ଲାର ପ୍ରଥମ ଓ ଏକମାତ୍ର କଲେଜ ହୋଇ ଜିଲ୍ଲାର ଅନେକ କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିଥିବା ବିଷୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ମିଶ୍ର ଅତିଥିଙ୍କୁ ଅବଗତ କରାଇଥିଲେ । କ୍ୟାଡ଼େଟ୍ ମାନଙ୍କର କୋଭିଡ ସମୟରେ ଏହି ସମାଜ ସେବାକାର୍ଯ୍ୟକୁ ପ୍ରଫେସର ଦାସ ଉଚ୍ଚ ପ୍ରସଂଶା କରିଥିଲେ । ଏହି ଅବସରରେ ଏନ୍‌ସିସି ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀଙ୍କ ଦ୍ଵାରା ପରିଚାଳିତ ସର୍ବଭାରତୀୟ ଏନ୍‌ସିସିର “ସି” ସାର୍ଟିଫିକେଟ ପରୀକ୍ଷାରେ ଚଳିତ ବର୍ଷ ୫୦୩ ମାର୍କ ରଖିବା ସହ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି ମହାବିଦ୍ୟାଳୟର ଏନ୍‌ସିସି କ୍ୟାଡେଟ ସିନିୟର ଅଣ୍ଡର ଅଫିସର ରୋଜି ମହାପାତ୍ରଙ୍କୁ ଅତିଥି ପ୍ରଶଂସା କରିବା ସହ ଟ୍ରଫି ଆର୍ଥିକ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ । ଅଧ୍ୟକ୍ଷା ଡାଃ. ମିଶ୍ର କ୍ୟାଡ଼େଟ୍ ରୋଜିର ଏହିପରି ସଫଳତା ପାଇଁ ମହାବିଦ୍ୟାଳୟ ଗର୍ବିତ ହେବା ସହ ଆଗାମୀ ଦିନରେ ଏହାକୁ ବଜାୟ ରଖିବାକୁ ଉପସ୍ଥିତି ଅନ୍ୟ କ୍ୟାଡ଼େଟ୍‌ଟ୍ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଏନ୍‌ସିସି କ୍ୟାଡେଟ୍‌ ସମେତ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.