ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିର୍ଭିକ ତଥା କର୍ତ୍ତବ୍ୟନିଷ୍ଠ ଯୁବ ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କ ଅକାଳ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଓ ରାଜ୍ୟ ଆବାହକ ଅକ୍ଷୟ କୁମାର ପଟ୍ଟନାୟକଙ୍କ ସମେତ ସଂଘ କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ଅରିନ୍ଦମଙ୍କ ଭଳି ଜଣେ ସାହସୀ ଓ ନିଷ୍ଠାପର ସାମ୍ବାଦିକଙ୍କ ବିୟୋଗ ଓଡ଼ିଆ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.