oom

ନିର୍ଭିକ ତଥା କର୍ମନିଷ୍ଠ ସାମ୍ବାଦିକ ଅରିନ୍ଦମଙ୍କୁ ‘କୋଶଳ ପ୍ରବାହ’ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ଭିକ ତଥା କର୍ମନିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଅରିନ୍ଦମଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ ଉଦ୍ଦେଶ୍ୟରେ ସ୍ଥାନୀୟ ‘କୋଶଳ ପ୍ରବାହ’ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଥିଲା । ସଂପାଦକ ଆନଂଦ ଚଂଦ୍ର ସାହୁ, ପ୍ରଶାସନିକ ଅଧିକାରୀ ଶ୍ୟାମପ୍ରସାଦ ଗୁରୁ, ବିଜ୍ଞାପନ ଅଧିକାରୀ ଶମ୍ଭୁନାଥ ସାହୁ, ଏକାଉଣ୍ଟାଣ୍ଟ ତପସ୍ୱିନୀ ସାହୁ, ସହ ସଂପାଦିକା ଶ୍ରାବଣୀ ବିଶ୍ୱାଲ, ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଦେବାଶିଷ ମିଶ୍ର, ସଇଁନ୍ତଲା ପ୍ରତିନିଧି ଅଜିତ କୁମାର ସାହୁ, ସଦର ବ୍ଲକ ପ୍ରତିନିଧି ରାଜେଶ ଦଣ୍ଡସେନା ତଥା ଅନ୍ୟମାନେ ଉପସ୍ଥିତ ରହି ସାମ୍ବାଦିକ ଅରିନ୍ଦମଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ସ୍ୱର୍ଗତ ଅରିନ୍ଦମ ଜଣେ ନିର୍ଭିକ, କର୍ତ୍ତବ୍ୟନିଷ୍ଠ ଯୁବ ସାମ୍ବାଦିକ ଥିଲେ ଓ ତାଙ୍କ ଅକାଳ ବିୟୋଗ ସାମ୍ବାଦିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.