ମହିଳାଙ୍କ ବ୍ୟାଗ ସହ ସାର୍ଟିଫିକେଟ ଓ ମୂଲ୍ୟବାନ କାଗଜ ପତ୍ର ଚୋରୀ : ବଡ଼ବଜାର ଥାନରେ ଏତଲା, କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ନିଳନୀ ମାଝୀ ୧୭/୦୧/୨୧ ରିଖ ଦିନ କୌଣସି ଏକ ଜରୁରୀ କାମରେ ବ୍ୟସ୍ତତା ଭିତ୍ତିରେ ବ୍ରହ୍ମପୁର ବଡବଜାର ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେ ନିଜର ବହୁ ମୂଲ୍ୟବାନ ସାର୍ଟିଫିକେଟ ଓ କାଗଜପତ୍ର ଯେମିତି କି ମାଟ୍ରିକ ବୋର୍ଡ଼ ସାର୍ଟିଫିକେଟ ସହ ସବୁଶ୍ରେଣୀର ବୋର୍ଡ ସାର୍ଟିଫିକେଟ, ମାର୍କଲିଷ୍ଟ, ଜାତିଗତ ପ୍ରମାଣପତ୍ର, ସ୍ଥାୟୀବାସିନ୍ଦା ପ୍ରମାଣପତ୍ର, ଆଧାର-କାର୍ଡ, ପାନ-କାର୍ଡ, ଭୋଟର-କାର୍ଡ ଏବଂ ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଭିଜ୍ଞତା ଥିବା ସାର୍ଟିଫିକେଟଗୁଡିକ ଭୁଲ ବଶତଃ କେଉଁଠି ହଜିଗଲା । ଅନେକ ଜାଗାରେ ଖୋଜା ଖୋଜି କରିବା ସତ୍ତ୍ୱେ ଫେରି ନପାଇବାରୁ ମହିଳା ଜଣକ ଅଧିକ ଭାବବିହ୍ଵଳ ହୋଇ କାନ୍ଦ କାନ୍ଦ ହୋଇଯାଇଥିଲେ । ଗୁରୁତ୍ୱପୂର୍ଣ୍ଣ କାଗଜ ସବୁ ନିଜ ପାଖରେ ନଥିବା ଯୋଗୁଁ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି । ଏ ନେଇ ସେ ସ୍ଥାନୀୟ ବଡବଜାର ଥାନାରେ ଏତଲା ଦେଇଛନ୍ତି । ବହୁବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିବା ନେଇ ମହିଳା ଜଣକ ଅସ୍ତବ୍ୟସ୍ତ ହୋଇଯାଇଛନ୍ତି । ବ୍ୟସ୍ତ ବିବ୍ରତ ହୋଇ କୌଣସି ଦୁର୍ବୁତ୍ତ ତାଙ୍କ ଭେନିଟି ବ୍ୟାଗ ଚୋରୀ କରିଥିବା ନେଇ ତାଙ୍କ ମାନସିକ ଚାପରେ ଶରୀର ଅସୁସ୍ଥ ହୋଇ ପଡିଛି, ତେଣୁ ମହିଳା ଜଣକଙ୍କ କଥା ସରକାରୀ ପ୍ରଶାସନ ଓ ପୋଲିସ ପ୍ରଶାସନ ଧ୍ୟାନ ଦେଇ ତାଙ୍କ ଆଶୁ ପ୍ରତିକାର ବିଧାନର ସହ କାର୍ଯ୍ୟ କରି ତାଙ୍କ ବ୍ୟାଗ ମିଳିବା ଦିଗରେ ସଫଳ ପ୍ରୟାସ କରିବା ନିମନ୍ତେ ଜନସାଧାରଣରେ ଦାବୀ ହେଉଅଛି । ସରକାରଙ୍କୁ ମହିଳା ଜଣକ ନେହୁରା ହୋଇ ଅନୁରୋଧ କରିଛନ୍ତି ଯେ, କୌଣସି ପ୍ରକାରେ ସରକାରୀ ସହଯୋଗ ସମତେ ନୂତନ ସାର୍ଟିଫିକେଟ ଯୋଗେଇ ଦେଲେ ସାମାନ୍ୟ ଆଶସ୍ତି ପାଇବେ ।

Leave A Reply

Your email address will not be published.