csstore

ଜିଲ୍ଲା ଶିକ୍ଷକ ପ୍ରଶିକ୍ଷକଙ୍କ ବିକଳ୍ପ ଶିକ୍ଷଣ କେନ୍ଦ୍ର ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କାଳରେ ପାଠପଢା ପ୍ରତି ବିମୁଖ ହୋଇସାରିଥିବା ଛାତ୍ରଛାତ୍ରୀଙ୍କୁ ସକ୍ରିୟ କରିବା ଉଦ୍ଦେଶ୍ୟ ନେଇ ଟି.ଇ. ଓ ଏସସିଇଆରଟି ଏବଂ ୟୁନିସେଫ ଦ୍ୱାରା ଆୟୋଜିତ ହୋଇଥିବା ବିକଳ୍ପ ଶିକ୍ଷଣ କାର୍ଯ୍ୟକ୍ରମ ୧୫ ଜୁଲାଇ ୨୦୨୧ରୁ ଆରମ୍ଭ ହୋଇ ୨୧ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବଲାଙ୍ଗିର ବ୍ଲକର ୪୦ ଜଣ ପ୍ରଶିକ୍ଷାର୍ଥୀ, ୫୦୦ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବଲାଙ୍ଗିର ବ୍ଲକ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଶିକ୍ଷକ ଡ. ସୁଧାଂଶୁ ବାଳା ତ୍ରିପାଠୀ, ବିଇଓ ରାଘବ ପାଣିଗ୍ରାହୀ, ଏବିଇଓ ସନ୍ଧ୍ୟାରାଣୀ ଧରୁଆ, ବଲାଙ୍ଗିର ବ୍ଲକର ବିଭିନ୍ନ କ୍ଲଷ୍ଟରର ସିଆରସିସି ସଦର ବ୍ଲକ ଅନ୍ତର୍ଗତ ରାଜୀବ ନଗର, ବୈଦିପାଲି ତଥା ଅନ୍ୟ ବିକଳ୍ପ ଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ ।

jayashree
Leave A Reply

Your email address will not be published.