oom

ଦୀପାଙ୍କ ପ୍ରୟାସରେ ମରାମତି ହେଲା ଗ୍ରାମ୍ୟ ଉନ୍ନୟନ ରାସ୍ତା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଙ୍ଘା ପଞ୍ଚାୟତର କେଲଗାଁରୁ ଗୋଧନେଶ୍ୱର ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇ ଯାଇଥିଲା । ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧପ୍ରାପ୍ତ ହେଉଥିଲା । ସୂଚନା ଅନୁସାରେ ଉକ୍ତ ରାସ୍ତା ଦେଇ ବୀରମହାରଜପୁର, ରେଢ଼ାଖୋଲ, ବୌଦ୍ଧ ଅଞ୍ଚଳର ଲୋକେ ଗୋଧନେଶ୍ୱର ଶିବ ମନ୍ଦିରକୁ ଯାଇଥାନ୍ତି । ଗତ ସପ୍ତାହରେ ହୋଇଥିବା ପ୍ରବଳ ବର୍ଷା ପ୍ରଭାବରେ ଉକ୍ତ ରାସ୍ତାର ଅଧା ଅଂଶ ଧୋଇହୋଇ ଯାଇଥିଲା । ରାସ୍ତାର ଉଭୟ ପାଶ୍ୱରେ ଥିବା ଗାଡ଼ୱାଲ୍ ମଧ୍ୟ ଭାଙ୍ଗି ଯାଇଥିଲା, ଯେଉଁଥିପାଇଁ ଲୋକେ ବହୁତ ହଇରାଣ ହେବା ସଙ୍ଗେସଙ୍ଗେ ଶୀଘ୍ର ଏହାର ମରାମତି କରିବା ପାଇଁ ଦାବୀ କରୁଥିଲେ । ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳର ସାମାଜିକ କର୍ମୀ ଦିପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିଥିଲେ ଯାହା ପ୍ରଭାବରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ତତ୍ପରତା ପ୍ରକାଶ କରି ପାଞ୍ଚଦିନ ମଧ୍ୟରେ ଉକ୍ତ ରାସ୍ତାର ମରାମତି କରାଯାଇଛି । ଉକ୍ତ ରାସ୍ତା ମରାମତି ହେବା ଦ୍ଵାରା ଲୋକମାନେ ଆଶ୍ୱସ୍ଥି ଲାଭ କରିଛନ୍ତି ତଥା ସାମାଜିକ କର୍ମୀ ଦୀପା ବାରିକ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.