ରବି ରାୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଏମ୍‌ଏନ୍‌ ଇଣ୍ଟରନେସନାଲ୍ ହୋଟେଲ୍ ଠାରେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ରବି ରାୟଙ୍କୁ ସ୍ୱାଗତ ଓ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ରାୟ ଜଣେ ସୁସଂଗଠକ ଓ ମେଳାପୀ ଭାବେ ସହରରେ ତଥା ରାଜ୍ୟରେ ସୁପରିଚିତ ବ୍ୟକ୍ତି । ସେ ଏହା ପୂର୍ବରୁ ରାଉରକେଲା ଜିଲ୍ଲା କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ତୁଲାଇ ରାଜ୍ୟ ତଥା କେନ୍ଦ୍ର ନେତୃବୃନ୍ଦଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ । ସୌମ୍ୟରଂଜନ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ କଂଗ୍ରେସ ନେତା ଆଇନଜୀବୀ ଦୀନବନ୍ଧୁ ଭୋଳ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ସୋମନାଥ ପଣ୍ଡା, ଓରିଅମ ସିଂହ, ପାନୁ ସାମଲ, ଚୈତନ୍ୟ ନାୟକ, ଶେଖ ଫିରଦୋସ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଲିନୁ ବିଶ୍ୱାଳ, ରାହୁଲ ପ୍ରସାଦ, ମନୋଜ ଦାସ, ସଂଜୟ ସିଂହ, ଆଦିତ୍ୟ ନାୟକ, ଯୁବ କଂଗ୍ରେସ ରାଜ୍ୟ ସଂପାଦକ ପ୍ରଦୀପ ବେହେରା, ଦିନେଶ ବେହେରା, ମୋହିମ ଆଲାମ, ରମେଶ ଗୁପ୍ତା, ବିବେକ ସାହୁ, ଏଆଇୟୁଡବଲ୍ୟୁସିର ରାଉରକେଲା ସଭାପତି ଗୀତା ସିଂହ, ବିଶ୍ବାସୀ ହରୋ, ନିତୁ ସୁନା, ସୁମିତ୍ରା ନାୟକ, ଅନୀତା ସାଗର, ରବି ରାମ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.