oom

ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସାବୁଳିୟାରେ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶନିବାର ଦିନ କରୋନା କଟକଣା ନୀତିନିୟମ ଭିତରେ ସାବୁଳିୟା ଛାତ୍ରଛାତ୍ରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସଭାଗୃହ ପରିସରରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ୧୯୮୨-୮୩ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଓ ଆମନ୍ତ୍ରିତ ଅତିଥିମାନଙ୍କୁ ଚନ୍ଦନ, ସିନ୍ଦୁର ଓ ଗୋଲାପ ଫୁଲ ପ୍ରଦାନ ପୂର୍ବକ ପତାକା ଉତ୍ତୋଳନ ସହ ସଭା କକ୍ଷକୁ ପ୍ରବେଶ କରାଯାଇଥିଲା । ନିମନ୍ତ୍ରଣ ପତ୍ର ସୂଚିତ ପ୍ରକାରେ ପ୍ରଦୀପ ପ୍ରଜ୍ଜ୍ଵଳନ, ବେଦ ପାଠ(ଲକ୍ଷ୍ମୀ ଚରଣ ଆଚାର୍ଯ୍ୟ), ପାରମ୍ବିକ ସଙ୍ଗୀତ (ମିନତୀ ରଥ) । ମଞ୍ଚ।ସୀନ ଅତିଥି ମାନଙ୍କୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉପଢୌକନ ପ୍ରଦାନ ସହ ମାନପତ୍ର ଦିଆଯାଇଥିଲା । ଏଥିସହ କାର୍ଯ୍ୟକ୍ରମ ପୂର୍ବରୁ ଦିବଂଗତ ଶିକ୍ଷକ, ଶିକ୍ଷୟତ୍ରୀ, ବନ୍ଧୁ ଓ ଛାତ୍ର ଛାତ୍ରୀଙ୍କ ଆତ୍ମାର ସଦଗତି ନିମନ୍ତେ ଠିଆ ହୋଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ପ୍ରଦେଶ କୁମାର ସାହୁ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସ ୧୯୮୨-୮୩ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ, ଉପସ୍ଥିତ ବ୍ୟକ୍ତିମାନଙ୍କୁ ଅଭିଭାଷଣ ମାଧ୍ୟମରେ ସର୍ବପଲ୍ଲୀ ରାଧାକୃଷ୍ଣ, ସର୍କଟିସ, କୋଠ।ରୀ ଶାସନ, ଦେଶ ଓ ସମାଜ ଗଠନରେ ଗୁରୁଙ୍କୁ ପ୍ରାଧାନ୍ୟ ଦେବା କଥା ମହାମନିଷିଙ୍କ ବାଣୀ କେବଳ ନଥି ପତ୍ରରେ ସୀମିତ ହୋଇ ରହିଗଲା ବୋଲି ଅଭିବ୍ୟକ୍ତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚ।ସୀନ ରହିଥିଲେ ଶିକ୍ଷକ ବିଜୟ କୁମାର ଦାସ, ଶିକ୍ଷୟତ୍ରୀ ମିନାରାଣୀ ଦାସ, ବିଶ୍ୱନାଥ ଦାସ, ଲକ୍ଷ୍ମୀଧର ପ୍ରହରାଜ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମଞ୍ଚ।ସୀନ ରହିଥିଲେ । ଏଥିସହ ପ୍ରିଣ୍ଟ ମିଡ଼ିଆ ଓ ଇଲେକଟ୍ରିକ ମିଡ଼ିଆ ଉପସ୍ଥିତ ରହିବା ସହ ଛାତ୍ରଛାତ୍ରୀ ମାନେ ନିଜ ନିଜର ବ୍ୟକ୍ତିଗତ ମତାମତ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ବାଉରୀ ବନ୍ଧୁ ଗୌଡ଼(ସଭାପତି), ପ୍ରଦଶ କୁମାର ସାହୁ(ସମ୍ପାଦକ), ଉମାକାନ୍ତ ସାହୁ(କୋଷ।ଦକ୍ଷ), ବିଶ୍ୱଜିତ ତରାଇ(ପରିଚାଳକ), ଅକ୍ଷୟ କୁମାର ସେନାପତି(ଉପଦେଷ୍ଟା ଓ ମାର୍ଗଦର୍ଶକ), ସୁରେନ୍ଦ୍ର କୁମାର ସାହୁ(ସଂଯୋଜକ /ମିଡ଼ିଆ ସେଲ) ସମେତ ଘନଶ୍ୟାମ ମଳିକ, ଏସ ରାଜକୁମାରୀ, ରବି ବେହେରା, ରମେଶ ଚନ୍ଦ୍ର ଜାଲି, ବସନ୍ତ ଦାସ, ରବି ନାରାୟଣ ସାହୁ, ସରୋଜ ପଟ୍ଟନାୟକ, ଜୟସେନ ନାହାକ, ଦିଲିୟ। ସାହୁ, ଉଷାରଣୀ ନାୟକ, ଅନିତା ମିଶ୍ର, ବିଜୟ ଲକ୍ଷ୍ମୀ ମହାପାତ୍ର, କୁନି ପଟ୍ଟନାୟକ, ସୁରଭି ସେନାପତି ସମେତ ବହୁ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.