
ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ଗ୍ରାମରେ ରହନ୍ତି ସେବ ଭୋଇ । ସୂଚନା ଅନୁସାରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ସଂସାର । ଦୁଇବର୍ଷ ହେବ ସ୍ବାମୀ ଆରପାରିକୁ ଚାଲିଯିବା ପରେ ଖୁବ ଅସହାୟ ହୋଇ ପଡିଛନ୍ତି । ସରକାରୀ ସହାୟତା କହିଲେ ବିଧବା ଭର୍ତ୍ତା ଏବଂ ରାସନ କାର୍ଡ ପାଇଛନ୍ତି । ଦୁଇ ପିଲାଙ୍କୁ ପାଠପଢାଇ ଭଲ ମଣିଷ କରିବା ଲକ୍ଷ୍ୟର ଜମି ସମେତ କାର୍ଡ ଦୁଇଟି ମଧ୍ୟ ମହାଜନ ପାଖରେ ବନ୍ଧା ପଡିଛି । ଏବେ ମୂଲଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । କାମ ନପାଇଲେ ବେଳେ ଖାଇ ବେଳେ ଉପାସରେ ରହୁଛନ୍ତି । ଏପରି ଏକ ଦୁଃଖଭରା ଜୀବନ ବଞ୍ଚୁଥିବା ସେବଙ୍କ ବିଷୟରେ ଖବର ପାଇ ଭୁବନେଶ୍ବର ସ୍ଥିତ ଡୁଡୁନ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ଡଃ ବନ୍ଦନା ହରିଚନ୍ଦନଙ୍କ ନେତୃତ୍ବରେ ବୌଦ୍ଧ ଜିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ସେଠୀ ତାଙ୍କ ଘରକୁ ଆସି ସାମ୍ବାଦିକ ବଂଶୀଧର ମାଝୀଙ୍କ ଉପସ୍ଥିତିରେ ୧୫ ଦିନର ରାସନ, ପନିପରିବା ଏବଂ ଅର୍ଥରାଶି ପ୍ରଦାନ କରିଛନ୍ତି ।