ପର୍ଲିମାଲ ଠାରେ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ : ନାରୀ ସମାଜ ପ୍ରତି ହେଉଥିବା ବାହ୍ୟ ନିର୍ଯ୍ୟାତନାକୁ ଦମନ କରିବା ପାଇଁ ନିଷ୍ପତି

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ପର୍ଲିମାଲ ଗ୍ରାମର ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ ଅଧ୍ୟକ୍ଷତାରେ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ଜିଲ୍ଲା ସହ ସଂପାଦକ ଦୁର୍ଯ୍ୟୋଧନ ବରିହା, ଖପ୍ରାଖୋଲ ସଭାପତି ଚନ୍ଦ୍ରଶେଖର ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ପାଟଣାଗଡ଼ ଯୁବ ମୋର୍ଚ୍ଚା ସଭାପତି ଗୌରୀଶଙ୍କର ବରିହା, ତୁରେକେଲା ବ୍ଲକ ସଭାପତି ହରିହର ବରିହା, ବଙ୍ଗୋମୁଣ୍ଡା ବ୍ଳକ ସଭାପତି ଶାନ୍ତନୁ ବରିହା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ସଭା ପ୍ରାରମ୍ଭରେ ନୂଆଁ ଚୁରାକୁଣା, ପିଠା କୁରେପତ୍ରରେ ଅପୟାତ କରିବା ସହ ସମସ୍ତେ ଭକ୍ଷଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବାଗ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନୂଆଁଖାଇ ଭେଟଘାଟର ମହତ୍ଵ, ପରମ୍ପରା, ଉଦ୍ଦେଶ୍ୟ, ତାପ୍ତର୍ଯ୍ୟ, ରୀତିନୀତି ଉପରେ ବିଶଦ ଭାବରେ ଆଲୋକପାତ କରିବା ସହ ଭାଇଚାରାର ପର୍ବ, ରାଗ ଦ୍ୱେଷ, ମନର ଅହଂକାର ଦୂର ହୋଇଥାଏ, ତେଣୁ ଆମ ସମାଜ ଗୋଟିଏ ପରିବାର ଭଲି ଚାଲିବା ବୋଲି ମତବ୍ୟକ୍ତ କରିଥିବା ବେଳେ ଆମ ସଂସ୍କୃତି ବହୁ ପୁରାତନରୁ ରହିଛି ସମାଜର ବିବାହ କାର୍ଯ୍ୟରେ ଗନତି ଦ୍ଵାରା ସମ୍ପାଦନା କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ପ୍ରତ୍ୟେକ ପାଞ୍ଚାୟତ ଓ ବ୍ଳକ ସ୍ତରୀୟ ଏକ ଗନତି ତାଲିମ ଶିବିର ସମାଜ ପକ୍ଷରୁ ଅନୁଷ୍ଠିତ କରାଯିବ ବୋଲି କହିଥିବା ସହ ସମାଜରେ ନାରୀମାନଙ୍କ ପ୍ରତି ହୋଇଥିବା ବାହ୍ୟ ନିର୍ଯାତନାକୁ ଦମନ କରିବା ପାଇଁ ସମସ୍ତେ ସଚେତନ ହେବା ଏବଂ ନାରୀମାନଙ୍କୁ ସମ୍ମାନ ଦେବା ସହ ଉଚ୍ଚ ଶିକ୍ଷା ପାଇଁ ପୁଅ ଝିଅ ମାନଙ୍କୁ ପଢ଼ାଇବା ପାଇଁ ବାଧ୍ୟତାମୂଳକ ବୋଲି ମତପ୍ରକାଶ କରିଥିଲେ ।

ବଲାଙ୍ଗିର ବ୍ଳକ ସଭାପତି କୁଶ ବରିହା ନୂଆଁଖାଇ ଆଧାରିତ ସ୍ୱରଚିତ ଗୀତ ସୁମଧୁର କଣ୍ଠରେ ଶୁଣାଇଥିଲେ । ଜିଲ୍ଲା ସମ୍ପାଦକ ଗନ୍ଧର୍ବ ବରିହା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସହ ସଂପାଦକ ଦୁର୍ଯ୍ୟୋଧନ ବରିହା ପରିଚାଳନା କରିଥିଲେ । ଏଥିରେ ବେଲପଡା ବ୍ଳକ ଓ ପଞ୍ଚାୟତ ସମସ୍ତ କର୍ମକର୍ତ୍ତା ସଦସ୍ୟ ମାନଙ୍କ ସହ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିବା ବେଳେ ମୁରିବାହାଲ ବ୍ଳକ ସଭାପତି, ବନମାଳୀ ବରିହା, ମଦନ ବରିହା, ବଙ୍ଗୋମୁଣ୍ଡା ବ୍ଳକ ଜିଲ୍ଲା ଉପଦେଷ୍ଟା ଟିକେଚନ ବରିହା, ମନବରିହା, ସୁଦର୍ଶନ ବରିହା, କଲାକାହ୍ନୁ ବରିହା, ଶତୃଘ୍ନ ବରିହା, ଅର୍ଜୁନ ବରିହା, କ୍ଷୀର ସିନ୍ଧୁ ବରିହା, ଟଙ୍କଧର ବରିହା, ରାଜେନ୍ଦ୍ର ବରିହା, ଝସକେତନ ବରିହା, ନୀଳମଣି ବରିହା, ଶ୍ରୀଧର ବରିହା, ହେମସାଗର ବରିହା, ଜିତୁବରିହା, କବି ବରିହା, ଅନିରୁଦ୍ଧ ବରିହା, ମଦନ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସହ ସଂପାଦକ ଦୁର୍ଯ୍ୟୋଧନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.