ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରୁ ୨ଲକ୍ଷ ଟଙ୍କା ଲୁଟିଲେ ଲୁଟେରା : ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିଇଓ କାର୍ଯ୍ୟାଳୟ ସମ୍ନାରୁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଦୁର୍ବୃତ୍ତ ମାନେ ଝାମ୍ପି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମତେ ସିଙ୍ଗବାହାଲି (ଭୁଏରପଡ଼ା) ଶିକ୍ଷୟିତ୍ରୀ ସସ୍ମିତା ତାଣ୍ଡି ଆଜି ଘରର କିଛି କାମ ପାଇଁ ସଇଁନ୍ତଲା ବ୍ୟାଙ୍କକୁ ୨ ଲକ୍ଷ ଟଙ୍କା ଉଠାଇ ପାଇଁ ଆସିଥିଲେ । ଟଙ୍କା ଉଠାଇବା ପରେ କିଛି କାମ ପାଇଁ ବିଇଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଶିକ୍ଷୟିତ୍ରୀ ସସ୍ମିତା ବିଇଓଙ୍କ କାର୍ଯ୍ୟାଳୟ ଆଗରେ ଠିଆ ହୋଇଥିବା ବେଳେ ଡାକ୍ତରଖାନା ପଟରୁ ଜଣେ ଯୁବକ ଆସି ତାଙ୍କର ଭେଣ୍ଟି ବ୍ୟଗ୍‌ ଛଡାଇ ନେଇ ତାର ସହଯୋଗୀ ସହିତ ଫେରାର୍‌ ହେବାରେ ସଫଳତା ହେଇଛି । ସେହି ବ୍ୟାଗରେ ୨ ଲକ୍ଷ ଟଙ୍କା ସହିତ ଏକ ମୋବାଇଲ ରହିଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ଖବର ପାଇବା ପରେ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସିସି ଟିଭି ଅନୁଧ୍ୟାନ କରିବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.