ଶ୍ରୀନୃସିଂହନାଥଙ୍କ ଭକ୍ତିବାଦର ସୂତ୍ର ପ୍ରଚାର : ରାଜ୍ୟସ୍ତରୀୟ କଳାକାର ସମ୍ମିଳନୀ, ନୀଳଚକ୍ର ଧ୍ୱଜା ସ୍ଥାପନା ଓ ପ୍ରତିଷ୍ଠା ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଆଇଆର୍‌ଇ ଛକ ନିକଟ ଘଡଘଡାପଲ୍ଲୀ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର(ଭାଗବତ ଗାଦି) ପକ୍ଷରୁ ଲକ୍ଷ୍ମୀ ନୃସିଂହ ମନ୍ଦିରର ନୀଳଚକ୍ର ଧ୍ୱଜା ସ୍ଥାପନା ଓ ପ୍ରତିଷ୍ଠା ଉତ୍ସବ ଭକ୍ତିବାଦ ପ୍ରଥା କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏଠାରେ ରାଜ୍ୟସ୍ତରୀୟ କଳାକାର ସମ୍ମିଳନୀର ଆୟୋଜନ ହୋଇଥିଲା । ଏଥିରେ କେନ୍ଦ୍ରର ସଭାପତି ତଥା ନୃତ୍ୟଗୁରୁ ବଡ଼ଦାସୁଡୁ ଆର୍‌.ସତ୍ୟମ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲୀକ ଯୋଗଦେଇ କଳାକାର ଓ କଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ହୋମ ଯଜ୍ଞ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରର ଉପସଭାପତି ମହେଶ୍ୱର ପ୍ରଧାନ, ସମ୍ପାଦକ ଅଶୋକ ପଣ୍ଡା, ଏସ୍‌.ବିଶ୍ୱନାଥ ରେଡ୍ଡୀ, ପି ସୁରିବାବୁ, ଏମ୍‌. ନାରସିମୁଲୁ ରେଡ୍ଡୀଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନର କଳାକାର ଯୋଗ ଦେଇଥିଲେ । ପୂର୍ବରୁ ଏହି ଅନୁଷ୍ଠାନ ପକ୍ଷରୁ କଳାକାରଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହ କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା କଳା କେନ୍ଦ୍ର (ଭାଗବତ ଗାଦି)ର ସଭାପତି ତଥା ନୃତ୍ୟଗୁରୁ ବଡଦାସୁଡୁ ଆର୍‌.ସତ୍ୟମ ରେଡ୍ଡୀ କାର୍ଯ୍ୟ କରିଆସୁଛନ୍ତି ।

Leave A Reply

Your email address will not be published.