ଉଦ୍ଧାର ହେଲା ଅଜଗର ସାପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ହୀରାପୁର ଛକ ନିକଟରେ ୮ ଫୁଟ ଲମ୍ବର ବଡ ଅଜଗର ସାପ ଉଦ୍ଧାର କରାଯାଇଛି । ବନ ବିଭାଗ ଦ୍ୱାରା ସାପଟି ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସ୍ଥାନୀୟ ଲୋକମାନେ ଏକ ବୁଦା ମୂଳରେ ସାପ ଥିବା ଦେଖିଥିଲେ । ହୀରାପୁର ଗ୍ରାମର ଚାଷୀ ଗୁପାଲ ଭୁଏ ଏବଂ ଦୁକାଳୁ ଛତର ତାଙ୍କ ବିଲରେ କାମ କରିବା ବେଳେ ସାପଟିକୁ ଦେଖିଥିଲେ । ସମ୍ଭବତଃ ନିକଟ ବଢ଼ିପାଣିରେ ଭାସିଆସି ସାପଟି ରହିଯାଥିବାର ଅନୁମାନ କରାଯାଏ । ପରେ ସେହିରାସ୍ତା ଦେଇ ଯାଉଥିବା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ସ୍କୁଲର ଶିକ୍ଷକ ଦିବସ କୁମାର ସାହୁ ସେଠାକୁ ଯାଇ ସାପଟିକୁ କୌଣସି ପ୍ରକାର ହାନି ନ ପହଞ୍ଚାଇବାକୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ବନ ବିଭାଗକୁ ଯୋଗାଯୋଗ କରିଥିଲେ । ପରେ ଘଟଣା ସ୍ଥଳରେ ବନ ବିଭାଗ ଟିମ୍ ପହଁଚି ବହୁ ପରିଶ୍ରମ କରିବା ପରେ ସାପଟିକୁ ଉଦ୍ଧାର କରିଛନ୍ତି । ୮ ଫୁଟ ଲମ୍ବର ଏହି ବିରାଟକାୟ ସାପକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଶିକ୍ଷକଙ୍କ ଉପସ୍ଥିତ ବୁଦ୍ଧି ଏବଂ ଜଙ୍ଗଲ ବିଭାଗର ପ୍ରୟାସ ପରେ ଅଜଗର ସାପଟିର ଜୀବନ ରକ୍ଷା ହୋଇଥିବାରୁ ସେମାନଙ୍କୁ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.