ପାଇକମାଲରେ ବରିଷ୍ଠ ନାଗରିକ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବରିଷ୍ଠ ନାଗରିକ ସଂଘର ଏକ ବୈଠକ ପାଇକମାଲ ସ୍ଥିତ ଧର୍ମଶାଳା ଠାରେ ସଂଘର ସଭାପତି ନନ୍ଦଲାଲ ପ୍ରସାଦ ତ୍ରିବେଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଂଘର ବାସନ୍ତୀ ସୁନାଙ୍କ ଦେହାନ୍ତ ହେବାରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆଲୋଚନାରେ ମୁଖ୍ୟତଃ ପାଇକମାଲର ବିଦ୍ୟୁତ ସରବରାହ ବ୍ୟାହତ, ଆଘୋଷିତ ବିଦ୍ୟୁତ କାଟ୍‌ ଯୋଗୁଁ ଲୋକେ ପିଇବା ସପ୍ଲାଇ ପାଣିର ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି ବୋଲି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ପାଇକମାଲ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବହୁ ଲୋକଙ୍କ ଘର ଭାଙ୍ଗି ଯାଇଥିବା ହେତୁ ପ୍ରଶାସନ ତଦନ୍ତ କରି ତୁରନ୍ତ ସହାୟତା ଦେବାକୁ ଦାବୀ ହେଉଛି । ବରିଷ୍ଠ ନାଗରିକ ସଂଘର ବୈଠକରେ ବଳରାମ ସାହୁ, ସୁବାଷ ଚନ୍ଦ୍ର ସାହୁ, ରାଧେଶ୍ୟାମ ମେହେର, ଥବିର ଭୋଇ, ସୁଲୋଚନା ପ୍ରଧାନ, ହେମବାଇ ସାହୁ, ହାଡୁ ନାଏକ, ସୁଧିର ଶ୍ରୀଚୁଆ, ହଲିମା ବେଗମ, ଲାଲଜି ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସଂଘର ସଂପାଦକ ଭାଗ୍ୟଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.