oom

ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ୪୩ ତମ ଜନ୍ମ ଦିନ ପାଳିତ ସହ ନୂଆଁଖାଇ ଭେଟଘାଟ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ୪୩ତମ ଜନ୍ମ ଦିନ ପାଳିତ ଅବସରରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଠାରେ ଅନୁଷ୍ଠିତ ଜନ୍ମ ଦିନ ଉତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ମେହେରଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘାୟୁ କାମନା ସହ ଚଳାପଥ କୁସୁମିତ ହେଉ ବୋଲି କାମନା କରିବା ସହ ଫୁଲ ତୋଡା ଓ ଉପଢୌକନ ଅର୍ପଣ କରିଥିଲେ । ଏଥିରେ ପାଟଣାଗଡ଼ ଉପଖଣ୍ଡର ସମସ୍ତ ବ୍ଳକ ବିଧାୟକ ପ୍ରତିନିଧି ପାଟଣାଗଡ଼ରୁ ହିମାଞ୍ଚଲ ପ୍ରଧାନ, ଖପ୍ରାଖୋଲରୁ ପଞ୍ଚୁ ଦେବ ସାହୁ, ବେଲପଡାରୁ ଗଣେଶ କୁମ୍ଭାର, ସମିତି ସଭ୍ୟ ଲିଙ୍ଗରାଜ ନାଗ ବିଜୁ ମହିଳା ଜନତା ଦଳ ସଦସ୍ୟାମାନଙ୍କ ସହ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ମେହେର ନୂଆଁଖାଇ ଭେଟଘାଟର ମହତ୍ଵ ଉପରେ ବିଶଦ ଭାବରେ ମତବ୍ୟକ୍ତ କରିବା ସହ ଏକ ପରିବାର ସଦୃଶ ଭାଇଚାରାର ଉଦାହରଣ ସୃଷ୍ଟି କରିଛି ବୋଲି ମତ ପୋଷଣ କରିଥିଲେ ।

jittmm
Leave A Reply

Your email address will not be published.