ମାଲପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୋଚନୀୟ : କାଦୁଅରେ ଜୁଡୁବୁଡୁ ଲୋକେ, ସୁବ୍ୟବସ୍ଥା ପାଇଁ ଯୁବଗୋଷ୍ଠୀଙ୍କ ଦାବୀ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ମାଳପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୋଚନୀୟ ହୋଇ ରହିଛି । ଗ୍ରାମର ବିଭିନ୍ନ ଗଳିକନ୍ଦି ରାସ୍ତା କାଦୁଅରେ ଜୁଡୁବୁଡୁ ହୋଇ ଲୋକେ ଯାତାୟାତ ହେଉଛନ୍ତି । ଏହାର ସୁବ୍ୟବସ୍ଥା କରିବାକୁ ଗ୍ରାମର ଯୁବଗୋଷ୍ଠୀ ସାଧାରଣରେ ଦାବୀ କରିଛନ୍ତି । ସୁଚନାଯୋଗ୍ୟ ଯେ, ଗୋର୍ଲା ପଞ୍ଚାୟତ ମାଲପଡା ଗ୍ରାମର ସ୍କୁଲଛକଠାରୁ ଆରମ୍ଭ କରି ବିଭିନ୍ନ ଗଳିକନ୍ଦି ରାସ୍ତା କାଦୁଅରେ ପଚପଚ ହେଉଥିବା ବେଳେ ମାସ ମାସ ଧରି କାଦୁଅ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ପଞ୍ଚାୟତ ୱାର୍ଡ ମେମ୍ୱରଠାରୁ ଆରମ୍ଭ କରି ସରପଞ୍ଚଙ୍କୁ ବାରମ୍ବାର ଉକ୍ତ ରାସ୍ତାର ଶୌଚନୀୟ ଅବସ୍ଥା ଥିବା ବିଷୟରେ ଜଣାଇଲେ ସୁଦ୍ଧା ତା’ର କୌଣସି ସୁବ୍ୟବସ୍ଥା କରୁନଥିବା ବେଳେ ଆଜି କରିବୁ କାଲି କରିବୁ ବୋଲି ଦିନ ଗହଲାଇ ଚାଲିଥିବା ବେଳେ ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇବାକୁ ବାରମ୍ବାର ଫୋନକଲ କଲେ ସୁଦ୍ଧା ଫୋନ ରିସିବ କରୁନଥିବା ଅଭିଯୋଗ ହେଉଛି । ପଞ୍ଚାୟତ କର୍ତୁପକ୍ଷ ଉକ୍ତ ବିଷୟକୁ ନେଇ କର୍ଣ୍ଣପାତ କରୁନାହାନ୍ତି ବୋଲି ଲୋକେ ପ୍ରକାଶ କରୁଛନ୍ତି । ଲଗାଣ ବର୍ଷା ଯୋଗୁ ଗଳିର ବିଭିନ୍ନ ରାସ୍ତା ଖାଲଖମାରେ କାଦୁଅ ପାଣି ଜମିରହି ଥିବା ବେଳେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ କାଦୁଅରେ ଯିବା ଆସିବା କରୁଛନ୍ତି । ମାସ ମାସ ଧରି ଏମିତି ଦୁର୍ଦ୍ଦଶା ଭୋଗୁଥିବାରୁ ଏହାର ସୁବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ କରିବୁ ବୋଲି ଗ୍ରାମର ଯୁବଗୋଷ୍ଠୀ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ପଞ୍ଚାୟତରେ ମଇଳା ଆବର୍ଜନା କାଦୁଅ ଡ୍ରେନ ସଫାସୁତୁରା ନିମନ୍ତେ ସରକାରଙ୍କ ନିୟମ ମୁତାବକ ଖର୍ଚ୍ଚ ପାଇଁ ଅର୍ଥ ରହୁଥିବା ବେଳେ ଉଚିତ୍ ସ୍ଥାନରେ ଉପଯୁକ୍ତ ନକରୁଥିବା ବେଳେ କେବଳ କାଗଜ କଲମରେ ବିଲ କରି ଆତ୍ମସାତ କରୁଥିବା ଯୁବକ ତଥା ବୁଦ୍ଧି ଜୀବୀମାନେ ସନ୍ଦେହ କରୁଛନ୍ତି । ଜନ ଅଧିକାର ମଞ୍ଚ ସଭାପତି ପଦ୍ମନାଭ ଜଗତ ଉପସ୍ଥିତ ଅଧିକାର ମଞ୍ଚ ସଭାପତି ପଦ୍ମନାଭ ଜଗତ ଉପସ୍ଥିତ ଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ କୈଳାସ ସୁନାନୀ, ରାଜୁବାଗ, ଉଦୟ ନାଏକ, ଲୁକେସ ନାୟକ, ସୁଶାନ୍ତ ହଂସ, ଡିଗ୍ରେ ହଂସ, ନବିନ ବାଗ, ଗୁରୁଦେବ ସୁନାନୀ, ସନ୍ତୋଷ ସୁନାନୀ, ନିମାଇଁ ହଂସ, ମୋଟୁ ଚଣ୍ଡୀ, ଭବେଶ ବର୍ଗିଆ, ସୁରୁବାଗ, ଛତର ହଂସ, ଅରୁଣ ହଂସ, ସମେତ ଗ୍ରାମର ଅନ୍ୟାନ୍ୟ ଯୁବକ ମାନେ ଗ୍ରାମର ଗଳିକନ୍ଦି ରାସ୍ତାର ସୁବ୍ୟବସ୍ଥା ପାଇଁ ସାଧାରଣରେ ଦାବୀ କରିଛନ୍ତି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ସୁବ୍ୟବସ୍ଥା କରିବାକୁ ଦାବୀ ହୋଇଛି ।

Leave A Reply

Your email address will not be published.