ଲୁହା ଛଡ଼ ରଖୁଥିବା ସମୟରେ ଘଟିଲା ଅଘଟଣ : ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଚାଲିଗଲା ଜୀବନ

କେନ୍ଦୁଝର : ଲୁହା ଛଡ଼ ରଖୁଥିବା ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ମୃତକ ହେଲେ ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡା ଗାଁର ସୁନ୍ଦର ମୁର୍ମୁ । ଦୁଇ ଗୁରୁତର ହେଲେ ସ୍ୱାମ୍ ଗ୍ରାମର ରାହସ ନାଏକ ଓ ରଜତ କୁମାର କର । ସୂଚନା ଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ବଜାର ଉପରେ ଥିବା ରଜତ କୁମାର କରଙ୍କ ଭଡା ଘରର ଛାତ ଉପରେ ଲୁହା ଛଡ଼ ରଖୁଥିବା ସମୟରେ ଛାତ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ରାହସ ଓ ରଜତ ଆସିଥିଲେ । ତେବେ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ସୁନ୍ଦର ମୁର୍ମୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ଗୁରୁତରଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.