ପୋଲିସ ହାତରେ ଧରାପଡିଲେ ମୋବାଇଲ ଲୁଟେରା ଗ୍ୟାଙ୍ଗ, ୮ ଗିରଫ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ଲୁଟେରା ଗ୍ୟାଙ୍ଗର ରାଜ୍‌ ବଢି ଚାଲିଥିବା ବେଳେ ଆଜି ଏକ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ଟିଟିଲାଗଡ଼ ପୋଲିସକୁ ବଡ ସଫଳତା ମିଳିଛି । ଏଥିରେ ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୬ ଟି ମୋବାଇଲ ଫୋନ୍, ଚାରୋଟି ବାଇକ, ଏକ ପିକ୍ଅପ୍ ଭ୍ୟାନ ଏବଂ ବିଭିନ୍ନ ଚୋରି ସାମଗ୍ରୀକୁ ଜବତ କରିଛି ପୋଲିସ । ତେବେ ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୪ ଜଣ ନାବାଳକ ରହିଥିବାରୁ ଜୁଭେନାଇଲ କୋର୍ଟକୁ ପଠାଇ ଦିଆଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.