ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଅଧିକ୍ଷକ ଡ଼ା.ସୁଦର୍ଶନ ସାହୁଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଅଧିକ୍ଷକ ଭାବେ ବରିଷ୍ଠ ଡାକ୍ତର ସୁଦର୍ଶନ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡାକ୍ତର ସାହୁ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲେ । ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଭାବେ ଅତିରିକ୍ତ ଦାୟତ୍ୱ ପ୍ରଦାନ କରାଯାଇଛି ବୋଲି କୁହାଯାଏ । ଡାକ୍ତର ସାହୁ ଦାୟିତ୍ୱ ଗ୍ରହଣ କଲା ପରେ ତାଙ୍କୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।

Leave A Reply

Your email address will not be published.