ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହେଲେ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ କୁମାର ସେଠୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ମୋଟ୍‌ ୪୪ ଜଣ ଶିକ୍ଷକଙ୍କ ସମେତ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର-୨୦୨୧ରେ ସମ୍ମାନୀତ କରାଯାଇଛି । ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନୀତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ହେଉଛନ୍ତି ଭଦ୍ରକ ଜିଲ୍ଲା ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକ୍ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀ ସମ୍ମାନୀତ ହୋଇ ଓଡ଼ିଶା ଶିକ୍ଷା ବିଭାଗର ଗୌରବ ଆଣିଛନ୍ତି । ଭଦ୍ରକର ଜିଲ୍ଲାର ଶିକ୍ଷକ ଶ୍ରୀ ଶତପଥୀ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟର ଭିତ୍ତିଭୂମିରେ ଉନ୍ନତି ଆଣିବାରେ ଏକ ପ୍ରମୁଖ ସଫଳ ଭୂମିକା ନେଇ ଆସିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ଛତ୍ରପୁରର ଆଦର୍ଶ ଶିକ୍ଷକ ଶ୍ରୀ ସେଠୀ ଆଇସିଟି ଏବଂ ସଙ୍ଗୀତ ଦ୍ଵାରା ଶିକ୍ଷାଦାନକୁ ଅଭିନବ, ଆନନ୍ଦମୟ ଶିକ୍ଷା ଭାବେ ପରିଚାଳିତ କରି ଶିଶୁଙ୍କ ମନକୁ ମୁଗ୍ଧ ଓ ରୋମାଞ୍ଚକର କରି ଗଢ଼ି ତୋଳି ଆଣିବାରେ ଜଣେ ସଫଳ ବ୍ୟକ୍ତିତ୍ତ୍ୱର ପରିଚୟ ନେଇ ଆସିଛନ୍ତି । ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିକ୍ଷକଙ୍କୁ ଅନେକ ପରାମର୍ଶ ଦେଇ ଏଥିସହ ଗୁରୁ-ଶିଷ୍ୟ ପରମ୍ପରା ବାବଦରେ ମତ ରଖିଥିଲେ । ରାଷ୍ଟ୍ରପତି ଦାୟିତ୍ତ୍ୱ ବହନ କରିବା ପରେ ସେ ନିଜ ଗୁରୁଙ୍କ ପାଖକୁ ମଧ୍ୟ ଯାଇ ଆଶୀର୍ବାଦ ନେଇଥିବା କଥା ମଧ୍ୟ ମହାମହୀମ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଭର୍ଚୁଆଲ ମିଟ୍‌ରେ ସୂଚାଇ ଥିଲେ । ଭର୍ଚୁଆଲ ମିଟ୍ ସମାରୋହ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶିକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.