ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୮ ଆକ୍ରାନ୍ତ ଚିହ୍ନଟ : ୨୧୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ଦେଶ ମଧ୍ୟରେ ଗତ ୨୪ ଘଣ୍ଟାରେ ଦେଶରେ ୩୮,୯୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ହୋଇଥିବା ଜଣାପଡିଛି । ଏହା ସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ ୨୭ ହଜାର ୬୨୧ରେ ପହଞ୍ଚିଥିବା ବେଳେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୦ ହଜାର ୭୫୨ରେ ପହଞ୍ଚିଛି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ୮୧ ହଜାର ୯୯୫ରେ ପହଁଞ୍ଚିଛି । ସେହିପରି ଦେଶରେ ୪ ଲକ୍ଷ ୪ ହଜାର ୮୭୪ କରୋନାରେ ଆକ୍ଟିଭ୍‌ ରହିଛନ୍ତି ।

Leave A Reply

Your email address will not be published.