csstore

ସାମାଜିକ ସ୍ତରରେ ମଧ୍ୟ କରୋନାକୁ ପ୍ରତିହତ କରାଯାଇ ପାରିବ : କଂଟାବାଂଜି ଏନଏସି ଦ୍ୱାରା ଜନ ସଂପର୍କ ଶିବିର ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି.ର ସଭାଗୃହରେ କରୋନା ପ୍ରତିହତ ଉପରେ ଜନ ସଂପର୍କ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ସାମାଜିକ ସ୍ତରରେ ମଧ୍ୟ କରୋନାକୁ ପ୍ରତିହତ କରିପାରିବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ପାଳନ, ସାବୁନରେ ହାତ ଧୋଇବା, ଏବଂ ଗରମ ପାଣି ସେବନ କରାଯାଇ ମହାମାରୀ ରୋଗ ନିଜଠାରୁ ଦୂର କରାଯାଇ ମଣିଷ ସମାଜକୁ ମଧ୍ୟ ରକ୍ଷା କରାଯାଇ ପାରିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ଏବଂ ଆଲୋଚକମାନେ ନିଜ ନିଜ ମତ ରଖିଛନ୍ତି । ଏପରିକି ମହାମାରୀ ରୋଗକୁ ପ୍ରତିହତ କରିବା ପାଇଁ ଉପସ୍ଥିତ ଆଲୋଚକମାନେ ନିଜ ନିଜର ଅଂଚଳରେ ସଚେତନତା କରିପାରିବା ବୋଲି କହିଛନ୍ତି । ଏହି ଜନ ସଂପର୍କ ଶିବିରରେ ଏନଏସି ନିର୍ବାହୀ ଅଧିକାରିଣୀ ବିଷ୍ଣୁପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସାମାଜିକ କର୍ମୀ କାହ୍ନୁଚରଣ ମିଶ୍ର, ଡଃ ସଂଜୟ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ସହରରେ ଥିବା ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ସହ ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ, ସାନିଟେସନ ଇନ୍ସପେକ୍ଟର ସନାତନ ତାଣ୍ଡି, କମ୍ୟୁନିଟି ଅର୍ଗାନାଇଜର ଜ୍ୟୋସ୍ନାରାଣୀ ବାରିକ ନିଜ ନିଜର ମତ ରଖିଥିଲେ ।

jayashree
Leave A Reply

Your email address will not be published.