ପାରିବାରିକ କଳହ ପାଇଁ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ : ଅଭିଯୁକ୍ତ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାରିବାରିକ କଳହରୁ ବୄଦ୍ଧଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମରେ ଘଟି ଯାଇଛି ଏଭଳି ଏକ ଅଘଟଣ । ଅଭିଯୋଗ ଅନୁସାରେ ସୁବାସ ସାହୁଙ୍କ ପରିବାର ସହ ସେହି ଗ୍ରାମର ନନ୍ଦକିଶୋର ସାହୁଙ୍କ ପୂର୍ବ ଶତ୍ରୁତା ରହିଥିଲା । ପୂର୍ବ ଶତ୍ରୁତା କାରଣରୁ ଗତକାଲି ବିଲମ୍ବିତ ରାତିରେ ମାରିବା ପାଇଁ ଘରକୁ ଧାଇଁ ଆସିଥିଲା ହେଲେ ଘରେ ସୁବାଷକୁ ନ ପାଇବାରୁ ସୁବାଷଙ୍କ ସ୍ତ୍ରୀ ଉପରେ ଆକ୍ରମଣ କରିଥିଲା ଏହାକୁ ସୁବାଷଙ୍କ ଶ୍ୱଶୁର ବିରୋଧ କରିବାରୁ ତାଙ୍କୁ ପିଟିପିଟି ମାରି ଦେଲା ଏବଂ ଅଭିଯୁକ୍ତ ଫେରାର ଅଛି । ଝାରବନ୍ଧ ପୋଲିସ ଏନେଇ ଝାରବନ୍ଧ ଥାନ କେସ ନମ୍ବର ୧୨୦/୨୧ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.