ନୂଆଁଖାଇରେ ଯୁକ୍ତ ୩ ନାମଲେଖା : ବିରୋଧ କଲେ ଏଭିବିପି ଏବଂ କୋଶଳ ସେନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ ଏହାକୁ ନେଇ ଛାତ୍ର ସଂଗଠନ ଏଭିବିପି ଏବଂ କୋଶଳ ସେନା ବିରୋଧ କରିଛନ୍ତି । ନୂଆଁଖାଇରେ ନାମଲେଖାକୁ ବିରୋଧ କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ କୋଶଳ ସେନା ପକ୍ଷରୁ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୧୧ତାରିଖରୁ ୩ ଦିନ ପର୍ଯ୍ୟନ୍ତ ନୂଆଁଖାଇ ଛୁଟି ଘୋଷଣା କରିବାକୁ କୋଶଳ ସେନା ଦାବୀ କରିଛି । ସେହିପରି ୧୪ ତାରିଖରୁ ଯୁକ୍ତ ୩ ନାମଲେଖା ଆରମ୍ଭ କରିବା ପାଇଁ ଏବିଭିପି ଦାବୀ କରିଛି । ଏବିଭିପିର ରାଜ୍ୟ ସହ ସମ୍ପାଦିକା ଯାଜ୍ଞସେନୀ ମହାପାତ୍ର, ଅନୁପମା ସେଠ, ସୁଭଦ୍ରା ନାଏକ, ନୂତନ ପ୍ରଧାନ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ । ସେହିପରି କୋଶଳ ସେନାର ବିରବଲ ମହାକୁର, ଅଶୋକ ଛତର, ରୋଶନ ପ୍ରଧାନ, ସୁଦର୍ଶନ ହାତୀ, ରାହୁଲ କୁମାର ବାରିକ ପ୍ରମୁଖ ମଧ୍ୟ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.