csstore

ପାଟଣାଗଡ଼ ଏନ୍ଏସି ପକ୍ଷରୁ ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ : ଐତିହାସିକ ପାଟଣାଗଡ଼ ସୌନ୍ଦର୍ଯ୍ୟ ଓ ଶ୍ରୀବୃଦ୍ଧି କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଅନୁରୋଧ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରଶାସକ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଚେୟାରମେନ ଡ଼ ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯ ଟାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଏନ୍ଏସି ପରିସରରେ ଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ସମେତ ସହରର ଗଙ୍ଗାଧର ପାର୍କର ଗଙ୍ଗାଧର ମେହେର, ହସ୍ପିଟାଲ ପରିସରରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀ, ରାମଜୀ ଛକରେ ଥିବା ରାଜେନ୍ଦ୍ର ନାରାୟଣ ସିଂହଦେଓ, ଧୁମାଭଟା ଛକରେ ଥିବା ଡକ୍ଟର ଭୀମରାଓ ଆମ୍ବେଦକର ଆଦିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

ଏନ୍ଏସିକୁ ଐତିହାସିକ ପାଟଣାଗଡ଼ ସୌନ୍ଦର୍ଯ୍ୟ ଓ ଶ୍ରୀବୃଦ୍ଧି କରିବା ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଏହି ଅବସରରେ ଏନ୍ଏସିର ସ୍ଵଚ୍ଛ ସାଥୀ, ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ଡ଼ ପଣ୍ଡା ଟିକସ ଦାରୋଗା ମନବୋଧ ସାହୁ, ଏସ୍‌କେ ଇସାକ ମହମ୍ମଦ, ସାନ ମୁଦୁଲି, ଜୟଦେବ ସରାଫ, ସ୍ଵଚ୍ଛ ସାଥୀ ମାଲାଦିନୀ ମିଶ୍ର, ରାଜେଶ ସୁନା, ଡ୍ରାଇଭର ରେଣୁକା କୁମ୍ଭାର ପ୍ରମୁଖଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉଁରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହସଂଯୋଜକ ଅରବିନ୍ଦ କୁମ୍ଭାର, ମଣ୍ଟୁ ନନ୍ଦ, ରାଜେଶ ବେହେରା ପ୍ରିୟବ୍ରତ ମଲିକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.